ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କର ମଧ୍ୟରେ ମୁହାଁମୁହିଁ ଗୁଳିବିନିମୟ। ଆତଙ୍କୀଙ୍କ ବୋମା ମାଡରେ ୫ ଯବାନ ସହିଦ ହୋଇଛନ୍ତି । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜଣେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଗୁରୁତର ଅବସ୍ଥାରେ ୪ ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ହେଲେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ।  ଏଥିରେ ଏକାଧିକ ଆତଙ୍କୀ ନିହତ ହୋଇଥିବା ଜଣାଯାଇଛି । ଏହି ଘଟଣା ପରେ ସେନାର ଅପରେଶନ ଜାରି ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ କରି ଦିଆ ଯାଇଛି । ଆହତ ଯବାନଙ୍କୁ ହେଲିକପ୍ଟରରେ ଡାକ୍ତରଖାନା ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଖରାପ ପାଗ ସାଙ୍ଗକୁ ବର୍ଷା ବି ଲାଗି ରହିଛି । ଏପରି ପାଗରେ ଆତଙ୍କୀମାନେ ଆକ୍ରମଣ କରିଥିଲେ । ଜମ୍ମୁର ଘାଟଘୁରିୟନରେ ତୋତା ଗଳି ଅଞ୍ଚଳରେ ଆତଙ୍କୀମାନେ ଯବାନଙ୍କ ଉପରକୁ ଆକ୍ରମଣ କରି ଦେଇଥିଲେ । ଏହାପରେ ଲୁଚି ରହିଥିବା ଆତଙ୍କୀଙ୍କୁ ଖୋଜି ବାହାର କରିବା ପାଇଁ ସେନା ଅପରେଶନ ଆରମ୍ଭ ହୋଇଥିଲା । ରାଜୌରୀ ସେକ୍ଟରର କଣ୍ଡି ଜଙ୍ଗଲରେ ଆତଙ୍କୀ ଲୁଚି ରହିଥିବା ଖବର ମେ’ ୩ ତାରିଖରେ ମିଳିଥିଲା ।

ମେ’ ୫ ତାରିଖ ସକାଳ ପ୍ରାୟ ସାଢେ ୭ଟା ବେଳେ ଆତଙ୍କୀଙ୍କୁ ଠାବ କରିଥିଲା ସେନା । ଆତଙ୍କୀମାନେ ଏଠାରେ ଥିବା ଏକ ଗୁମ୍ଫାରେ ଲୁଚି ରହିଥିଲେ । ଯବାନମାନେ ତାଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଥିବାବେଳେ ସେମାନେ ବୋମାମାଡ କରିଥିଲେ । ୨ ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ସୈନିକ ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା ମାତ୍ର, ସେଠାରେ ଡାକ୍ତର ୩ ଜଣଙ୍କୁ ସହିଦ ଘୋଷଣା କରିଛନ୍ତି ।

Leave A Reply

Your email address will not be published.