ନୀତିଶ ସରକାରଙ୍କ ଉପରେ ୪ ହଜାର କୋଟିର ଜରିମାନା ଲଗାଇଲା ଏନଜଟି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୀତିଶ ସରକାରଙ୍କ ଉପରେ ୪ ହଜାର କୋଟିର ଜରିମାନା ଲଗାଇଲା ଏନଜଟି ।  ଜାତିଗତ ଜନଗଣନା ଉପରେ ପାଟନା ହାଇକୋର୍ଟର ରୋକ ପରେ ବିହାର ସରକାରଙ୍କୁ ଏହି ଝଟକା ଲାଗିଛି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବର୍ତ୍ତମାନ ବିହାର ସରକାର ଉପରେ ୪ ହଜାର କୋଟିର ଜରିମାନା ଲଗାଇଛନ୍ତି । ୨ ମାସ ଭିତରେ ଏହି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିହାର ସରକାର କଠିନ ଏବଂ ତରଳ ଆବର୍ଜନାର ପ୍ରକ୍ରିୟାକରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ପରେ ଏହି ଜରିମାନା କରାଯାଇଛି । ନ୍ୟାୟମୂର୍ତ୍ତୀ ସୁଧୀର ଅଗ୍ରୱାଲ, ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଅଫରଜ ଅହମ୍ମଦ ଏବଂ ସନ୍ଥୋଲ ବେଲଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଖଣ୍ଡପୀଠ କହିଛନ୍ତି, ଏହି ରାଶିର ଉପଯୋଗ ଆବର୍ଜାନର ପ୍ରକ୍ରିୟାକରଣ, ପୁରୁଣା ଆବର୍ଜନାକୁ ହଟାଇବା ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ସ୍ଥାପନା ପାଇଁ ହେବ ଖର୍ଚ୍ଚ ।

Leave A Reply

Your email address will not be published.