Antimicrobial କରୋନା ରୋଗୀଙ୍କଠାରେ ବଢ଼ାଉଛି ଫଙ୍ଗଲ୍ ଇନଫେକ୍ସନ, ICMRର ଚେତାବନୀ

0

କରୋନା ସଂକ୍ରମଣ ପାଇଁ ଦାୟୀ ମ୍ୟୁଟେଣ୍ଟ ଲଗାତାର ଭାବରେ ନିଜର ରୂପ ପରିବର୍ତ୍ତନ କରୁଛନ୍ତି । ଏହି ଆଧାରରେ କରୋନା ସହ ଯୁଦ୍ଧ କରିବାରେ ଅସ୍ତ୍ର ଭାବେ ମେଡିସିନ୍ ଓ ଟିକାକରଣ କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯାଉଛି । ଏବେ କରୋନାରୁ ରକ୍ଷାପାଇବା ପାଇଁ ଟିକାକୁ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି । ତଥାପି ବି ବିଶ୍ୱର ବୈଜ୍ଞାନିକମାନେ କରୋନା ସଂକ୍ରମିତଙ୍କ ଉନ୍ନତ ଚିକିତ୍ସା ପାଇଁ ଦିନ ରାତି ରିସର୍ଚ୍ଚରେ ଲାଗିଛନ୍ତି । ସେମାନଙ୍କର ଏହି ଯୁଦ୍ଧରେ କରୋନାର ଡେଲ୍ଟା ଭାରିଆଣ୍ଟ ଓ ମ୍ୟୁଟେଣ୍ଟ ଚିନ୍ତାର କାରଣ ପାଲଟିଛି ।

ଏହି ସମୟରେ କରୋନା ରୋଗୀଙ୍କୁ ଦିଆଯାଉଥିବା ଔଷଧକୁ ନେଇ ICMR ବଡ଼ ବିପଦ ବିଷୟରେ ଚେତାବନୀ ଦେଇଛି । ICMR ଦ୍ୱାରା କରାଯାଇଥିବା ରିସର୍ଚ୍ଚରେ କୁହାଯାଇଛି ଯେ, ଆଣ୍ଟିମାଇକ୍ରୋବାୟଲର ଅତ୍ୟଧିକ ବ୍ୟବହାର କରୋନା ରୋଗୀଙ୍କଠାରେ ଫଙ୍ଗଲ ଇନଫେକ୍ସନ୍ ହେବାର ଆଶଙ୍କା ବଢ଼ୁଛି ।

ଆଣ୍ଟିମାଇକ୍ରୋବାୟଲ୍ କ’ଣ

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଆଣ୍ଟିମାଇକ୍ରୋବାୟଲ୍ କ’ଣ? ମେଡିକାଲ କ୍ଷେତ୍ରରେ କ୍ଷତକୁ ସଂକ୍ରମଣଠାରୁ ରକ୍ଷା କରିବା ପାଇଁ କିମ୍ବା ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହୃତ ହୁଏ । ସେହିପରି ମଣିଷ, ପଶୁ ଏବଂ ଉଦ୍ଭିଦକୁ ଫଙ୍ଗଲ୍ ଇନଫେକ୍ସନରୁ ରକ୍ଷା କରିବା ପାଇଁ ବ୍ୟବହୃତ ହୁଏ ଆଣ୍ଟିମାଇକ୍ରୋବାୟଲ୍ । ଏହାର ଅତ୍ୟଧିକ ବ୍ୟବହାର ଏବେ ଫଙ୍ଗଲ ଇନଫେକ୍ସନ ସହ ଲଢ଼ୁଥିବା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଉଛି ।

Leave A Reply

Your email address will not be published.