ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମୋଷ୍ଟ ପପୁଲ୍ଲାର ବ୍ୟଚ୍ଲର ସାଉଥ୍ ସିନେମା ସୁପରଷ୍ଟାର ପ୍ରଭାସ ଓ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ଦୁହିଁଙ୍କ ଯୋଡିକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି । ତାଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ବହୁତ ଅଧିକ । ବାହୁବଳୀ-୨ରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡିକୁ ଦର୍ଶକ ବେଶ ପ୍ରଶଂସା କରିଥିଲେ । ଏମିତିକି ଏକ ସମୟ ଥିଲା ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା ।
ଉଭୟଙ୍କ ପ୍ରଶଂସକମାନେ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁଥିଲେ । କିନ୍ତୁ ସେମିତି କିଛି ହେଲା ନାହିଁ । ନିକଟରେ କିଛି ଦିନ ତଳେ ବି ପ୍ରଭାସ ଏବଂ ଅନୁଷ୍କାଙ୍କ ବିବାହକୁ ନେଇ ଆଲୋଚନା ହେଉଥିଲା । ଏବେ ପ୍ରଭାସ, ଅନୁଷ୍କାଙ୍କୁ ବିବାହ ନକରିବାର କାରଣ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ପ୍ରଭାସ ବର୍ତମାନ ସିଙ୍ଗଲ ଅଛନ୍ତି । ଅନୁଷ୍କା କେବଳ ତାଙ୍କର ଘନିଷ୍ଠ ବନ୍ଧୁ । କିନ୍ତୁ ସେମାନଙ୍କର ପରିବାର ସଦସ୍ୟ ଚାହାଁନ୍ତି ଯେ, ଦୁହେଁ ବିବାହ ବିଷୟରେ ଚିନ୍ତା କରନ୍ତୁ ଏବଂ ପରସ୍ପରକୁ ଜୀବନସାଥୀ ଭାବେ ବାଛନ୍ତୁ । କିନ୍ତୁ ଏଥିପାଇଁ ସେମାନେ ବର୍ତମାନ ସମୟରେ ପ୍ରସ୍ତୁତ ନୁହଁନ୍ତି । ବନ୍ଧୁତାକୁ ବିବାହରେ ପରିଣତ କରିବାକୁ ଉଭୟ ଚାହୁନଥିବାରୁ ଦୁହେଁ ବିବାହ କରିପାରୁ ନାହାନ୍ତି ।
ଅଭିନେତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ପ୍ରଭାସଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ତାଙ୍କ ପ୍ରକୃତି । ଏହି କାରଣରୁ ସେ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ସେ କହିଛନ୍ତି ପ୍ରଭାସ ଆଦୌ ସାମାଜିକ ନୁହେଁ । ସେ ଲୋକଙ୍କ ସହ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ । ଏହି କାରଣରୁ ତାଙ୍କୁ ଜୀବନସାଥୀ ମିଳିପାରୁ ନାହାନ୍ତି । ପ୍ରଭାସ ମଧ୍ୟ ଏଥିପାଇଁ ଚିନ୍ତିତ ନଥିବା କୁହାଯାଉଛି । ବର୍ତମାନ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ତାଙ୍କ କାର୍ଯ୍ୟ ଉପରେ ଅଛି । କହିବାକୁ ଗଲେ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସାଲାର ଆସୁଛି । ଯେଉଁଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉସôାହିତ ଅଛନ୍ତି ।