ମହମ୍ମଦ ସାମିଙ୍କୁ ଅର୍ଜୁନ ଆଓ୍ବାର୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହମ୍ମଦ ସାମିଙ୍କୁ ଅର୍ଜୁନ ଆଓ୍ବାର୍ଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ଶାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶାମି ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ।

ଆଇସିସି ବିଶ୍ବକପ 2023ରେ ଉଚ୍ଚକୋଟିର ପ୍ରଦର୍ଶନ ଯୋଗୁଁ ଅର୍ଜୁନ ପୁରସ୍କାର ପାଇଁ ଶାମିଙ୍କୁ ମନୋନୀତ କରାଯାଇଥିଲା । ସାମିଙ୍କ ବ୍ୟତୀତ ବ୍ୟାଡମିଣ୍ଟନରେ ଷ୍ଟାର ଯୋଡ଼ି ଚିରାଗ ସେଟ୍ଟୀ ଏବଂ ସାତ୍ବିକସାଈରାଜ୍ ରେଙ୍କିରେଡ୍ଡୀଙ୍କୁ ଖେଳରେ ସର୍ବୋଚ୍ଚ ସମ୍ମାନ ଖେଳ ରତ୍ନ ଆଓ୍ବର୍ଡ ମିଳିଛି । ଏହି ପୁରସ୍କାର କାର୍ଯ୍ୟକ୍ରମରେ ମହମ୍ମଦ ସାମିଙ୍କ ସମେତ ୨୬ଜଣଙ୍କୁ ଅର୍ଜୁନ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି ।ଗତ ବର୍ଷ ଭାରତରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପରେ ଶାମି ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । 7ଟି ମ୍ୟାଚ ଖେଳିଥିବା ଭାରତୀୟ ଷ୍ଟାର ପେସର୍‌ ମହମ୍ମଦ ଶାମି 24ଟି ୱିକେଟ୍‌ ନେଇ ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଟେକର୍ ପାଲଟିଥିଲେ ।

ଏପରିକି ସେମିଫାଇନାଲ୍‌ରେ 7ଟି ୱିକେଟ୍‌ ଦଖଲ କରି ସେ ଏକାକୀ ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଶ୍ବକପ୍‌ରେ ଏଭଳି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଏବେ ଶାମିଙ୍କୁ ଏହାର ପୁରସ୍କାର ମିଳିଛି । ଅର୍ଜୁନ ଆୱାର୍ଡ ପାଇଁ ବିସିସିଆଇ ଶାମିଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା ।

Leave A Reply

Your email address will not be published.