ଆକାଶ ପଥରେ ଯୋଡି ହେବ ମାଲକାନଗିରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିନ ଥିଲା ମାଲକାନଗିରି କହିଲେ ଲୋକେ କେବଳ ମାଓବାଦୀ ଭାବୁଥିଲେ । ମାଲକାନଗିରି ଜିଲ୍ଲାର ବିକାଶରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ । ଆଜିଠୁ ମାଲକାନଗିରିରୁ ଆରମ୍ଭ ହେବାକୁ ଯାଉଛି ବିମାନ ସେବା । ଏଠାରେ ଆଜି ନୂତନ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଆକାଶ ମାର୍ଗରେ ମାଲକାନିଗିରି ମାଟିରୁ ବିକାଶର ଉଡାଣ ଆରମ୍ଭ ହେବ ।

ନୂତନ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଆକାଶ ମାର୍ଗରେ ମାଲକାନିଗିରି ମାଟିରୁ ବିକାଶର ଉଡାଣ ଆରମ୍ଭ ହେବ । ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କ ସ୍ଵପ୍ନ ଆଜି ପୂରଣ ହେବାକୁ ଯାଉଛି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ପହଞ୍ଚି ନବନିର୍ମିତ ବିମାନବନ୍ଦରର ଉଦଘାଟନ କରିବେ । ଏଥିପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବହୁ ସଂଖ୍ୟକ ଲୋକ କିପରି ଉଦଘାଟନୀ ସମାରୋହରେ ସାମିଲ ହୋଇପାରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି (ସୋମବାର) ଯାଜପୁର ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ସଂସାଦ ରମେଶ ଚନ୍ଦ୍ର ମାଝୀ ଓ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବିମାନବନ୍ଦର ବୁଲି ଦେଖିଛନ୍ତି । ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତି ହେଇଛି । ବିମାନସେବା ଆରମ୍ଭ ପୂର୍ବରୁ ଗତ ୭ ତାରିଖରେ ଏୟାରପୋର୍ଟରେ ବିମାନ ଅବତରଣର ଟ୍ରାଏଲ ରନ୍ କରାଯାଇଥିଲା । ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ୭ଟି ସିଟ୍ ବିଶିଷ୍ଟ VT 100 ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲେ । ମାଓ ଇଲାକାରେ ବିମାନ ଉଡ଼ିବା ନେଇ ସାଧାରଣଲୋକଙ୍କ ମଧ୍ୟରେ ବି ବେଶ୍ ଉତ୍ସୁକତା ରହିଛି ।

Leave A Reply

Your email address will not be published.