2024 ନିର୍ବାଚନ ପୂର୍ବର ସମାଜସେବୀ ଝାନ୍ସୀରାଣୀଙ୍କ ଶକ୍ତି ପଦର୍ଶନ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆନନ୍ଦପୁରରୁ ସମାଜସେବୀ ଝାନ୍ସୀରାଣୀ ଦାସ 2024 ନିର୍ବାଚନ ପୂର୍ବରୁ ଶକ୍ତି ପଦର୍ଶନ କରିଛନ୍ତି l ଆଜି ଆନନ୍ଦପୁର ଷ୍ଟାଡିଅମ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ଯୁବକଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆନନ୍ଦପୁର ବଡଦାଣ୍ଡରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ l

ପ୍ରଥମେ ଆନନ୍ଦପୁରର ଆରାଧ୍ୟ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଆଜିର ଏହି ସଭାରେ ପୂର୍ବତନ ଚେୟାରମ୍ୟାନ କୁନମୁନ ପଣ୍ଡା ଓ ବିରଞ୍ଚି ମହାପାତ୍ର ଯୋଗ ଦେଇ ପ୍ରଥମେ ମା ତାରିଣୀଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଯୋଜ୍ୱଳନ କରିଥିଲେ l

ଆଜିର ଏହି ସଭାରେ ମୁଖ୍ୟତଃ ଆନନ୍ଦପୁର ନିର୍ବାଚନ ମଣ୍ଡଳୀକୁ ଦୁର୍ନୀତି ମୁକ୍ତ ନିର୍ବାଚନ ମଣ୍ଡଳୀ କରିବା ପାଇଁ ଅତିଥିମାନେ ବକ୍ତବ୍ୟ ରଖିଥିବା ବେଳେ ଝାନ୍ସୀ ରାଣୀ ତାଙ୍କ ଉଦବୋଧନରେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଆସୁଥିଲେ ହେଁ ସାଧାରଣ ଲୋକମାନଙ୍କ ପାଖରେ ଯୋଜନା ପହଞ୍ଚି ପାରୁନଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଗୁଡିକୁ ସାଧାରଣ ଲୋକ ମାନେ କିଭଳି ପାଇପାରିବେ ସେଥିପାଇଁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପ୍ରତେକ ଲୋକଙ୍କ ପାଖରେ ପହଞ୍ଚିବା ସହିତ ସେମାନଙ୍କ ଅଧିକାରକୁ ପ୍ରଶାସନ ନିକଟ ପାଖରେ ପହଞ୍ଚାଇ ସମାଧାନ କରିବାରେ ସଫଳ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯୋଜନା ଗୁଡିକ ସଫଳ କରିବା ପ୍ରୟାସ ଜାରି ରଖିଛନ୍ତି l ନାରୀ ଶକ୍ତି ଓ ଯୁବ ଶକ୍ତି ଆନନ୍ଦପୁରରେ ଉନ୍ନତି ଆଣିବା ପାଇଁ ନିର୍ବାଚନ ମଣ୍ଡଳୀର ଏକ ଶକ୍ତି ରୂପେ ଝାନ୍ସୀରାଣୀଙ୍କ ନେତୃତ୍ୱରେ ନାରୀ ଶକ୍ତି ଓ ଯୁବ ଶକ୍ତି ଏକତ୍ରିତ ହୋଇଛନ୍ତି ସମାଜ ସେବା କରି ଲୋକଙ୍କ ନିକଟତର ହୋଇ ପାରିଛନ୍ତି ଝାଂସି l

Leave A Reply

Your email address will not be published.