ପରୋକ୍ଷରେ ପୁଣି ମୋଦିଙ୍କୁ ଟାର୍ଗେଟ କଲେ ଅରବିନ୍ଦ କେଜ୍ରିୱାଲ, କହିଲେ ଏମିତି କଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେ କହିଛନ୍ତି ଯେ ମୋଦୀଙ୍କ କାର୍ଯ୍ୟକଳାପରୁ କୋପ କରି ମହାଦେବ ନିଜର ୩ୟ ନେତ୍ର ଖୋଲିଦେଇଛନ୍ତି, ସେଥିପାଇଁ ଦେଶରେ ବିଭିନ୍ନ ବିପର୍ଯ୍ୟୟ ଘଟୁଛି ।

ଦିଲ୍ଲୀ ଅମଲାତନ୍ତ୍ର ନିୟନ୍ତ୍ରଣ ସଂପର୍କରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଦିଲ୍ଲୀର ରାମଲୀଳା ମୈଦାନରେ ଆମ ଆଦମି ପାର୍ଟି ପକ୍ଷରୁ ଆୟୋଜିତ ଏକ ଜନସମାବେଶରେ ସେ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ମୋଦୀଙ୍କ ନାଁ ନ ନେଇ ସେ ଲୋକମାନଙ୍କୁ ଏକ କାହାଣୀ ଶୁଣାଇଥିଲେ । “ଗୋଟିଏ ଦେଶରେ ଜଣେ ୪ର୍ଥ ପାସ ରାଜା ଥିଲେ । ଥରେ ଦେଶରେ ଏକ ମହାମାରୀ ହେଲା , ସେ ଲୋକମାନଙ୍କୁ ଥାଇ ବଜାଇବାକୁ କହିଲେ । ସେ ନିଜର ଦୁର୍ନୀତିଗ୍ରସ୍ତ ବନ୍ଧୁମାନଙ୍କୁ ସବୁବେଳେ ସମର୍ଥନ କରନ୍ତି ।

ସେମାନେ ହଜାର ହଜାର କୋଟି ଟଙ୍କା ନେଇ ଦେଶରୁ ଫେରାର ହୋଇଯାଉଥିଲେ ଓ ରାଜା ସେମାନଙ୍କୁ ଏଥିରେ ସହଯୋଗ କରୁଥିଲେ । ଦେଶରେ ଅତ୍ୟାଚାର ଓ ଅନାଚାର ବଢିଚାଲିଥିଲା । ଏହା ଦେଖି ମହାଦେବଙ୍କ କ୍ରୋଧ ହେଲା । ସେ କ୍ରୋଧରେ ନିଜର ତୃତୀୟ ନେତ୍ର ଖୋଲି ଦେବାରୁ ଚାରିଆଡ଼େ ହାହାକାର ସୃଷ୍ଟି ହେଲା ।

ଉଜ୍ଜୟିନୀରେ ଥିବା ସପ୍ତର୍ଷି ମୂର୍ତ୍ତି ସବୁ ଭାଙ୍ଗିଗଲା । ଏକ ଟ୍ରେନ ଦୁର୍ଘଟଣା ହେଲା, ସେଥିରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଲେ । ଥରେ ଏକ ବଡ଼ ବର୍ଷା ହେଲା, ଲୋକମାନଙ୍କୁ ଆକାଶବାଣୀ ହେଲା ଯେ ତୁମେମାନେ ଏକ ମହାନ ଦେଶର ଲୋକ, ଉଠ ଏହି ଅହଙ୍କାରୀ ରାଜାକୁ ଫିଙ୍ଗିଦିଅ ।

Leave A Reply

Your email address will not be published.