ବାହାନଗା ଟ୍ରେନ୍ ଦୃଘଟଣାଗ୍ରସ୍ତଙ୍କ ପାଇଁ ଭୁବନେଶ୍ୱର ଓକିଲ ସଂଘର ରକ୍ତଦାନ ଶିବର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାହାନଗା ନିକଟରେ ଟ୍ରେନ୍ ଦୃଘଟଣାରେ ଆହାତ ହେଉଥିବା ରୋଗୀଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ଜର୍ଜ ନିଶିତ୍ ନିଶଙ୍କ ଉଦ୍‌ଘାଟନ କରିଥିଲେ । ଅସହ୍ୟ ଟାଣ ଖରାରେ ରକ୍ତ ଭଣ୍ଡାରେ ରକ୍ତ ଅଭାବ ଥିବାରୁ ୬୦ଜଣ ଆଇନଜୀବୀ ରକ୍ତଦାନ କରିଥିଲେ । ମୁରୁୱାଡି ଯୁବ ମଂଚ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଏଥିରେ ଓକିଲ ସଂଘର ସଭାପତି ଧନେଶ୍ୱର ମହାନ୍ତି, ଉପ ସଭାପତି ଅଞ୍ଜନ କୁମାର ସାମନ୍ତରାୟ, ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ, କୋଷାଧ୍ୟକ୍ଷ ମନିଶ୍ କୁମାର ନାୟକ, ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ବେହେରା, ସହ ସମ୍ପାଦକ ପୁଲିନ କୁମାର ମାର୍ଥା, କାର୍ଯ୍ୟକାରୀ କମିଟି ସଭ୍ୟ ସବ୍ୟସାଚ୍ଚି ସୂତାର, ଅଭିନାଶ ମହାନ୍ତି, ଅମିତ କୁମାର ବାରିକ୍‌, ବିର କିଶୋର ବେହେରା, ବିଶ୍ୱନାଥ ଷଡ଼ଙ୍ଗୀ, ଜୌତ୍ରୀମୟୀ ପଣ୍ଡା, ପ୍ରୀତିଜୋତ୍ସ୍ନା ନାଥ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇ ରକ୍ତଦାତାଙ୍କ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.