ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନରସିଂହପୁର ତହସିଲ ଅଫିସରୁ ଫେରାର ହେଲା ଆସାମୀ | ପୁଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ଚମ୍ପଟ | କାନପୁର ପୁଲିସ ହେପାଜତରେ ନରସିଂହପୁର ଏକ୍ସିକୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ଜଣାପଡିଛି।
ନରସିଂହପୁର ତହସିଲ୍ ଅଫିସରୁ ଅଭିଯୁକ୍ତ ଚଂପଟ ମାରିଛନ୍ତି ।ଅଭିଯୁକ୍ତକୁ ଧରିବା ପାଇଁ କାନପୁର ଓ ନରସିଂହପୁର ପୁଲିସ ତନାଘନା ଜାରି ରଖିଛି। ମିଳିଥିବା ସୂଚନା ମୁତାବକ କୌଣସି ଏକ ମାମଲାରେ କାନପୁର ଥାନା ପୁଲିସ ଏହି ଥାନା ଅନ୍ତର୍ଗତ ପାଇକବାରବାଟି ଗ୍ରାମର ବାପୁଜୀ ରାଉତ(ବୟସ ୩୦ ବର୍ଷ) ଅଭିଯୁକ୍ତକୁ ଧରି ଆଜି ଅପରାହ୍ନରେ ଏକ୍ସିକୁଟିଭ୍ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା। ଏହି ସମୟରେ ଚତୁରତାର ସହିତ ଅଭିଯୁକ୍ତ ଜଣକ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲା।
ଏ ସଂମ୍ପର୍କରେ ଆଠଗଡ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ କୁହନ୍ତି ଏ ନେଇ ମୋ ନିକଟରେ ସୂଚନା ମିଳିଛି। ତେବେ ଥାନାକୁ ଯାଇ ତଦନ୍ତ କରିବା ପରେ ଏ ସଂମ୍ପର୍କରେ ସବିଶେଷ ତଥ୍ୟ ଦେଇହେବ ବୋଲି ଏସଡିପିଓ ଶ୍ରୀ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ସନ୍ଧାନ ମିଳି ନ ଥିବା ପୁଲିସ ସୂତ୍ରରୁ ଜଣାପଡିଛି।