୫ ଏଆର ଗନ, ଗୁଳି ସହ ୨ ହରିଣ ଚମଡା ଓ ତୀର ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ ଏଆର ଗନ , ଗୁଳି ସହ ୨ ହରିଣ ଚମଡା ଓ ତୀର ଜବତ। ବାଲେଶ୍ଵର ଟାଉନ୍ ଥାନା ଅଧୀନ ବାରବାଟି ଅଞ୍ଚଳରୁ ହରିଣ ଚମଡା ସହ ଏହି ସବୁ ମାରଣାସ୍ତ୍ର କୁ ଜବତ କରିଛି । ଏହି ମାମଲାରେ ପୁଲିସ ଜଣକୁ ଗିରଫ କରିଛି ।

ଗିରଫ ଜଣକ ହେଲେ ସ୍ଥାନୀୟ ମୁକ୍ତି ରଣା । ମୁକ୍ତି ନିଜ ସ୍ତ୍ରୀ ପ୍ରିୟଙ୍କା କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ କରିଥିବା ନେଇ ଟାଉନ୍ ଥାନା ରେ ଅଭିଯୋଗ ଆଣିଥିଲେ । ଅଭିଯୋଗକାରିଣୀ ଙ୍କ ଏତାଲା ପରେ ପୁଲିସ୍ ହାଉସ ସିଜର କରିବାକୁ ଯାଇ ମୁକ୍ତି ରଣା ଘରୁ ବନ୍ଧୁକ, ଗୁଳି, ହରିଣ ଚମଡା ଓ ତୀର ଜବତ କରିଛି। ତେବେ ସବୁଠାରୁ ଉଦବେଗଜନକ କଥା ହେଉଛି ଗିରଫ ଜଣକ କେଉଁଠାରୁ ହରିଣ ଚମଡା ଆଣିଲେ ତାକୁ ନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

ଜବତ ସମସ୍ତ ଏଆର୍ ଗନ ଗୁଡ଼ିକ ଅଭିଯୁକ୍ତ ଜଣକ ଚଢ଼େଇ ମାରିବା ପାଇଁ ବ୍ୟବହାର କରୁଥିବା ଜଣାପଡିଛି । ଆଜି ବାଲେଶ୍ଵର ସି ଟି ଡି ଏସ ପି ଗାୟତ୍ରୀ ପ୍ରଧାନ ଏବାବଦରେ ସୂଚନା ଦେଇଛନ୍ତି।।

Leave A Reply

Your email address will not be published.