ଅଶୋକ ସ୍ମାରକୀ ତୃତୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କଅଁସ କେନ୍ଦୁଆ ପଡିଆଠାରେ ଟୁବୁଲା- ଅଶୋକ ସ୍ମାରକୀ ତୃତୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି। ସ୍ଥାନୀୟ କ୍ରୀଡାପ୍ରେମୀ ଓ ଯୁବଗୋଷ୍ଠୀମାନଙ୍କ ଉଦ୍ୟମ ରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଆଖପାଖ ଅଞ୍ଚଳରୁ ୨୦ଟି କ୍ରିକେଟ ଦଳ ଳ ଅଂଶଗ୍ରହଣ କରିଥିଲେ |

ଫାଇନାଲ ମ୍ୟାଚରେ ରେ ନିର୍ଦ୍ଧାରିତ ୮ ଓଭରରେ ଚିତିରି କ୍ରିକେଟ କ୍ଲବ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୧୨୩ ରନ୍ ସଂଗ୍ରହ କରିଥ‌ିବା ବେଳେ କପୁଣ୍ଡି କ୍ରିକେଟ କ୍ଲବ ସମସ୍ତ ୱିକେଟ ହରାଇ ୧୧୨ ରନ୍ କରି ପରାସ୍ତ ହୋଇଥିଲା । ଖେଳକୁ ଅମ୍ପାୟାର ତୋଫାନ କୁମାର, ଅନୀଲ କୁମାର, ଭାଷ୍ୟକାର ଭାବେ କୁମାର ଚଗଲା ଓ କୁମାର ରାଧେଶ୍ୟାମ ପରିଚାଳନା କରିଥିଲେ। ସ୍କୋରର ଭାବେ ବଳରା ରାମ ଖୋଲାର ଓ ବିଜୟାନନ୍ଦ ସାହୁ ସହଯୋଗ କରିଥିଲେ |

ପରେ ଆୟୋଜିତ ପୁରସ୍କାର ଉତ୍ସବରେ ସ୍ଥାନୀୟ ସମାଜସେବୀ ବିନୋଦ ବିହାରୀ ବେହେରା ଓ ଆଲୋକ ରଞ୍ଜନ ପାତ୍ର ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ସହିତ ଭାରତୀୟ ମୁଦ୍ରା ୧୬ ହଜାର ଓ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁ ସ୍ମାରକୀ କମିଟି ସଦସ୍ୟ ତୋଫାନ କୁମାର, ଅନୀଲ କୁମାର, କୁମାର ସୌମ୍ୟ, ପ୍ରଦୋଷ କୁମାର, କୁମାର ବଳରାମ, ସୁଧୀର କୁମାର, କୁମାର ଦେବାଶିଷ, କୁମାର ଚନ୍ଦନ, କୁମାର କାଳିଆ ଓ ପଙ୍କଜ କୁମାର ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.