ନିର୍ବାଚନକୁ ନେଇ ସୀମାନ୍ତବର୍ତ୍ତି ତନଖି ଫାଟକରେ ଗାଡି ମଟର ଭାବେ ଯାଞ୍ଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ୨୦୨୪କୁ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ କଡାକଡି ଗାଡି ମଟର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଜିଲ୍ଲାର ୧୦ଗୋଟି ସ୍ଥାନରେ ତନଖି ଫାଟକ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସିଟି ଓ ଜିଏସଟି ବିଭାଗ, ଅବକାରୀ ବିଭାଗ, ପୁଲିସ, ଜଙ୍ଗଲ ଓ ପରିବେଶ ବିଭାଗ ଓ ନିର୍ବାଚନକୁ ଗଠିତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦଳକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡିମଟର ଯାଞ୍ଚ କରାଯାଉଛି।

ଝାରଖଣ୍ଡ ଓ ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତି ମୟୁରଭଞ୍ଜ ଜିଲ୍ଲାର ଜାମସୋଲା ଠାରେ ପ୍ରବେଶ କରୁଥିବା ବସ, ଟ୍ରକ, କାର ଆଦି ଯାଞ୍ଚ କରାଯାଇଛି। ପୁଲିସ ଟିମ ଦ୍ଵାରା ରାତ୍ରିକାଳୀନ ଯାଞ୍ଚ ପ୍ରକ୍ରିୟା ମଧ୍ୟ କରାଯାଉଛି। ମୟୁରଭଞ୍ଜ ଜିଲ୍ଲାର ପଡୋଶୀ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ସୀମାନ୍ତବର୍ତ୍ତି ହୋଇଥିବା ବେଳେ ଶାନ୍ତିଶୃଙ୍ଖଳାର ନିର୍ବାଚନ ପରିଚାଳନା ପାଇଁ ଯାଞ୍ଚକୁ କଡାକଡି ଭାବେ କରାଯାଉଛି। ଯାଞ୍ଚ ସମୟରେ ଗାଡିର କାଗଜପତ୍ର, ଲୋକଙ୍କ ପରିଚୟ, ଅନ୍ତରାଜ୍ୟ ଅପରାଧୀଙ୍କ ଗତିବିଧି, ନିର୍ବାଚନ ସମୟରେ ବେଆଇନ ଟଙ୍କା, ମାରଣାସ୍ତ୍ର ଓ ମାଦକ ଦ୍ରବ୍ୟ ଆଦି ଯାଞ୍ଚ କରାଯାଇ ଅପରାଧକୁ ରୋକିବା ନେଇ ପ୍ରକ୍ରିୟା କରାଯାଉଛି।

ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ମାନଙ୍କ ଅସ୍ଥାୟୀ ପୁଲିସ ଆଉଟ ପୋଷ୍ଟ ସମେତ ଚେକ ପୋଷ୍ଟ କାର୍ଯ୍ୟ କରୁଛି। ଅସାମାଜିକ କାର୍ଯ୍ୟକଳାପ, ବେଆଇନ ଭାବେ ରାଜ୍ୟ ସୀମାପାର ଆଦି ବାବଦରେ ସନ୍ଦେହ ସୃଷ୍ଟି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜିଲ୍ଲାବ୍ୟାପି ନାକା କରି ପୁଲିସ ପକ୍ଷରୁ ଦିନ ରାତି ଯାଞ୍ଚ ପ୍ରକ୍ରିୟା କରିବା ସହ ନିର୍ବାଚନ ସମୟରେ ଲୋକଙ୍କୁ ପ୍ରଲୋଭିତ କରିବାକୁ ରୋକିବାକୁ କାର୍ଯ୍ୟ ଜାରି ରହିଛି। ସିଟି ଜିଏସଟି ପକ୍ଷରୁ ୫ଗୋଟି ବାଣିଜ୍ୟ କର ଫାଙ୍କିବାକୁ ନେଇ ଧରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ଫାଇନ ହୋଇଛି।

Leave A Reply

Your email address will not be published.