ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମାରାଥନ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଇଦାନରେ ସେତେ ସରଗରମ ହେବାରେ ଲାଗିଛି। ପ୍ରଚାର ମଇଦାନରେ ବିଜୁ ଜନତା ଦଳର ପ୍ରାଥି ଆଗୁଆ ରହିଥିବା ବେଳେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଜୋରଦାର ପ୍ରଚାର ହୋଇଛି। ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲୋକସଭା ସାଂସଦ ପ୍ରାଥି ସୁଦାମ ମାରାଣ୍ଡି ଓ ବିଧାୟିକା ପ୍ରାଥିନି ପ୍ରତିନନ୍ଦା କାନୁନଗୋ ମିଳିତ ଭାବେ ପ୍ରଚାର କରିଛନ୍ତି। ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନଳଗଜା ଗ୍ରାମ ପଞ୍ଚାୟତର ଓ ଭଦୁଆଶୋଳ ଠାରେ ଉଭୟ ମାରାଥନ ପ୍ରଚାର କରିବା ସହ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶହ ଶହ ବାଇକ ଶୋଭାଯାତ୍ରାରେ କର୍ମୀମାନେ ସଭା ସ୍ଥଳକୁ ପାଛୋଟି ନେଇଥିଲେ। ବିରାଟ ରୋଡ ଶୋ କରି ଉଭୟ ପ୍ରାଥି ଭୋଟ ଭିକ୍ଷା କରିଛନ୍ତି।

ଲୋକସଭା ସାଂସଦ ପ୍ରାଥି ସୁଦାମ ମାରାଣ୍ଡି ଏବଂ ବିଧାୟିକା ପ୍ରାଥିନୀ ପ୍ରତିନନ୍ଦା କାନୁନଗୋ ଗୋଟିଏ ମଞ୍ଚରେ ଏକାଠି ହୋଇ ଆଗାମୀ ନିର୍ବାଚନୀରେ ସମର୍ଥନ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଓଡିଶା ଲୋକଙ୍କ ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ଦରକାର ନାହିଁ ଏଠି ନବୀନ ଇଞ୍ଜିନ ସବୁଠୁ ଶକ୍ତିଶାଳୀ। ଏଥର ନିର୍ବାଚନରେ ଯୋଡିଏ ଶଙ୍ଖ ଚିହ୍ନରେ ଭୋଟ ବଟନ ଦେବା ପାଇଁ ଉଭୟ କହିଥିଲେ। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ହେଲେ ଏଥର ବି ରାଜ୍ୟରେ ନବୀନ ସରକାରଙ୍କ ହାତ ମୁଠା ଟାଣ କରିବା ପାଇଁ ବ୍ୟକ୍ତବ ରଖିଥିଲେ। ଦରଦାମ ନିୟନ୍ତ୍ରଣରେ ବିଜେପି ସରକାର ଫେଲ ମାରିଥିବା ବେଳେ ଗ୍ୟାରେଣ୍ଟି ନାମରେ ଜନତାଙ୍କୁ ବିଜେପି ମିଛ ପ୍ରତିଶ୍ରୁତି ଦେଇଛି। ବେରୋଜଗାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭାରତବର୍ଷରେ ଚିନ୍ତାର କାରଣ ସାଜିଛି ବୋଲି କହିଛନ୍ତି। ଓଡ଼ିଶା ବାସୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବାର ସଦସ୍ୟ। ସେ ସଦା ସର୍ବଦା ଓଡ଼ିଶାବାସୀଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ବିଜୁ ଜନତା ଦଳ ସଦାସର୍ବଦା ଲୋକଙ୍କ ସହିତ ରହିଛି, ବିଜେପି ନିର୍ବାଚନ ଆସିଲେ ଲୋକଙ୍କ ନିକଟକୁ ଆସୁଛନ୍ତି। ମହିଳା ମାନଙ୍କୁ ଘର କୋଣରୁ ବାହାର କରି ସ୍ୱାବଲମ୍ବୀ କରିଥିବା ବେଳେ ଯୁବ, ଛାତ୍ର, କୃଷକ ଆଦି ସମସ୍ତଙ୍କ ଉନ୍ନତି ନିମନ୍ତେ ନିୟମିତ କାର୍ଯ୍ୟ କରୁଛନ୍ତି। ଉଭୟ ସାଂସଦ ଓ ବିଧାୟିକା ପ୍ରାଥିନି ଉଭୟ ଲୋକଙ୍କ ସେବା ନିମନ୍ତେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତିବଧ ହୋଇଛନ୍ତି।

ତେଣୁକରି ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଉଭୟ ବିଧାୟକ ଓ ସାଂସଦ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ସାଧାରଣ ଲୋକ ସ୍ୱରକୁ ନେଇ ସଂସଦ ଓ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡ଼ିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି ଆଦି ଦଳର କର୍ମୀମାନେ ବିଜେଡିରେ ଯୋଗଦାନ କରିଥିଲେ। ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବାରିପଦା ପୋୖରପାଳିକା ନଗରପାଳ ତଥା ସଂଯୋଜକ କୃଷ୍ଣାନନ୍ଦ ମହାନ୍ତିଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରାଥି ଶ୍ରୀ ମାରାଣ୍ଡି, ବିଧାୟିକା ପ୍ରାଥିନୀ ଶ୍ରୀମତୀ କାନୁନଗୋ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ରାମ, ଜିଲ୍ଲା ପରିଷଦ ସଦସ୍ୟ ଶ୍ୟାମ ସୁନ୍ଦର ଡାକୁଆ, ବିଜେଡି ବ୍ଲକ ସଭାପତି ହରେକୃଷ୍ଣ ନାଏକ, ବ୍ଲକ ସଂଯୋଜକ ବିଜନ ନାଏକ, ବ୍ଲକ ସଂଯୋଜକ ମୀନକେତନ ମହାନ୍ତି, ବିଜୁ ମହିଳା ଜନତା ଦଳ ବ୍ଲକ ସଭାପତି ଉଜୟନୀ ବେହେରା, କାର୍ଯ୍ୟକାରୀ ସଭାପତି ମଧୁସ୍ମିତା ଚୋବେ, ସରପଞ୍ଚ ପୁନଗି ହାନ୍ସଦ, ଗ୍ରାମ ପଞ୍ଚାୟତ ସଭାପତି ବୁଧିନୀ ଟୁଡୁ, ଜିପି ଯୁବ ସଭାପତି ରାଜୀବ ଗିରି ସମେତ ବିଜେଡି ବ୍ଲକ କର୍ମକର୍ତ୍ତା ପ୍ରମୁଖ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.