ଭାରତୀୟ ଜନତା ଯୁବ ମୋର୍ଚ୍ଚା ମୟୁରଭଞ୍ଜ ଜିଲ୍ଲା ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବାରିପଦା ସ୍ଥିତ ମହାରାଜ ଶ୍ରୀ ରାମଚନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ମୟୁରଭଞ୍ଜ ଜିଲ୍ଲା ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଯୁବ ସଭାପତି ଇଂ ବଳରାମ ସାହୁ ଙ୍କ ନେତୃତ୍ଵରେ ସରକାରୀ ଚାକିରୀ ବିକ୍ରି କରୁଛ, ଓଡ଼ିଆ ଯୁବକଙ୍କୁ ବେକାର ରଖୁଛ ପ୍ରତିବାଦ ରେ ଏହି ବିକ୍ଷୋଭ ଆୟୋଜିତ କରାଯାଇଥିଲା ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମାନସ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦେବବ୍ରତ ସାମଲ, ଜିଲ୍ଲା ଯୁବମୋର୍ଚାର ପ୍ରଭାରୀ ତଥା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କୁମାର ମଙ୍ଗଳମ, ନଗର ଯୁବ ମୋର୍ଚ୍ଚା ସଭାପତି ସୁବ୍ରତ ମୁଖୀ, ଜିଲ୍ଲା ଯୁବ ଉପସଭାନେତ୍ରୀ ସ୍ରୁଷ୍ଟି ଓତା, ଜିଲ୍ଲା ଯୁବ ସମ୍ପାଦକ ସୂରଜ ଲୋହାର, ହେମଲତା ଦାସ ପ୍ରମୁଖ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ସିଧା ସଳଖ ରାଜ୍ୟ ସରକାଙ୍କୁ ଟାର୍ଗେଟ କରିଥିଲେ ।

ଯୁବକ ମାନେ ଚାହିଁଲେ ବାହାର ରାଜ୍ଯ ଜଣେ ବ୍ୟୁରୋକେଟ ରୁ ନେତା ହୋଇଥିବା ଜଣେ ବ୍ୟକ୍ତିଙ୍କ ଦ୍ଵାରା ଏ ସରକାର ପରିଚାଳିତ ହେଉ ଥିବାରୁ ଏ ସରକାର ବଦଳିବା ଦରକାର ବୋଲି କହିଥିଲେ । ଓଡିଶାର ଅସ୍ମିତା, ଓଡ଼ିଆ ଭାଷା ସଂସ୍କୃତି ଓ ପରମ୍ପରା କୁ ରକ୍ଷା କରିବା ପାଇଁ ଓଡିଶାର ସମସ୍ତ ଜନ ସାଧାରଣ ଏ ଲଢେଇ କରୁଥିବା ନିଜ ନିଜ ବକ୍ତବ୍ୟରେ କହିଥିଲେ । ଓଡ଼ିଶାରେ ସରକାରୀ ଚାକିରୀ ବିକ୍ରି ହେଉଥିବାର ମଧ୍ୟ ପ୍ରତିବାଦ କରିଥିଲେ । ବିଭିନ୍ନ ବିଭାଗରେ ପଦପଦବୀ ଖାଲି ପଡିଥିବା ବେଳେ ରାଜ୍ୟ ସରକାର ସେ ବିଷୟରେ ଚିନ୍ତା ନ କରିବା ଦୁର୍ଭାଗ୍ୟ ଜନକ ବୋଲି ପ୍ରକାଶ କରିଥିଲେ । ଏହି ସହିତ ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଥିବା ନିକୋ କାରଖାନା, କାଠପାଳ ସ୍ପିନିଂମିଲ୍, ବାରିପଦା ଗଞ୍ଜୀ କାରଖାନା, ଉତ୍କଳ ବଲ, ଲୁଗା ଧୂଆ ସାବୁନ୍ ଭଲି କାରଖାନା ଥିବା ବେଳେ ଆଜକୁ ୨୫ ବର୍ଷ ଧରି ବିଜେଡି ସରକାର କରିବା ପରେ ମୟୁରଭଞ୍ଜ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ କାରଣ ସେ ସବୁର ପୁନରୁଦ୍ଧାର ହେବା ବଦଳରେ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଛି ।

ଏହାପରେ ମଧ୍ଯ ବରମ୍ବାର କେନ୍ଦ୍ର ସରକାର ରୋଜଗାର ଦେଉନାହିଁ କହିବା ଦୁର୍ଭାଗ୍ଯ ଜନକ ତେଣୁ ଏହି ୨୫ ବର୍ଷର ସରକାର କୁ ପରିବର୍ତ୍ତନ କରିବା ପାଇଁ ସମସ୍ତ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଶପଥ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାନସୀ ତ୍ରିପାଠୀ, ସୁସ୍ମିତା ବେହେରା, ସସ୍ମିତା ପୃଷ୍ଟି, ସୁମିତ୍ରା କୁଅଁରବାବୁ, ପୁରୁଷୋତ୍ତମ ସେଠି, ସଙ୍କର୍ଷଣ ମହାନ୍ତ, କାର୍ତ୍ତିକ ମହାନ୍ତ ଙ୍କ ସହିତ ବହୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.