ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୟୂରଭଞ୍ଜ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନେହା (ଭା.ରା.ସେ), ବିକ୍ରମ ଏ ଦୋଡ୍ଡମଣୀ(ଆଇ ଡି ଏ ଏସ) ଓ ବିନୋଦ ସି(ଆଇ ଏ ଏଣ୍ଡ ଏସ ), ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ (ଭା.ପ୍ର.ସେ.), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ (ଭା.ପ୍ର.ସେ.) ଙ୍କ ଉପସ୍ଥିତିରେ ସାମୁହିକ ଭାବେ ଅଧ୍ୟକ୍ଷତା କରିଥିଲେ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ସିନ୍ଧେଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ବଡ଼ସାହି ଏ. ବି. ଡି. ଓ. ଶ୍ରୀ ଶରତ ଚନ୍ଦ୍ର ମହାନ୍ତି ନିର୍ବାଚନ କମିଶନ ଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ନିର୍ବାଚନ ଖର୍ଚ୍ଚର ସୁପରିଚାଳନା ସମ୍ଭନ୍ଧରେ ଜିଲ୍ଲlରେ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପ ଉପରେ ବିଶଦ ଭାବେ ଉପସ୍ଥାପନ କରିଥିଲେ. ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଶେଷ କରି ମତଦାନ ନିମନ୍ତେ ଭୋଟର୍ ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇ ଭି ଏମ ପ୍ରସ୍ତୁତି,ପୋଲିଂ ଅଧିକାରୀ,ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ,ନିର୍ବାଚନ ଖର୍ଚ୍ଚ ପରିଚାଳନା,ସି ଭିଜିଲ ରିପୋର୍ଟ, ଏମ ସି ଏମ ସି ରିପୋର୍ଟ,ପୋଷ୍ଟlଲ ବାଲାଟ , ହୋମ ଭୋଟିଂ, ସମ୍ବେଦନଶିଲ ବୁଥ,ପୋଲିସ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ,ଫ୍ଲାଇଙ୍ଗ ସ୍କ୍ୱାଡ଼, ଏସ ଏସ ଟି, ସି ଜି ଏସ. ଟି ବିଭାଗ ,ଆୟକର ବିଭାଗ, ବ୍ୟାଙ୍କ କତୃପକ୍ଷ ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ବାରା କି କି ପଦକ୍ଷେପ ନିଆଯାଉଛି ସେ ବିଷୟରେ ପଚାରି ବୁଝିଥିଲେ ଏବଂ ବିଭାଗୀୟ ସମନ୍ୱୟ ଓ ମିଳିତ ଉଦ୍ୟମ ରେ ହିଁ ନିର୍ବାଚନ କାର୍ଯ୍ୟ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିବା ସହ ସମ୍ପୃକ୍ତ ଅଧିକାରୀ ଓ ଟିମ କୁ ତତ୍ପର ରହିବା ପାଇଁ ପରାମର୍ଶ ଦେଇଥିଲେ ।

ନିର୍ବାଚନ ଖର୍ଚ୍ଚ ସମ୍ଭନ୍ଦୀୟ କୌଣସି ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନଜରକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ.ମୟୂରଭଞ୍ଜ ଜିଲ୍ଲାର ନିର୍ଵାଚନ ପରିଚାଳନା ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିବା ସହ ଚଳିତ ମାସ ୨୫ ତାରିଖରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଏବଂ ୧ ତାରିଖରେ ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀ ମାନଙ୍କରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରିଟର୍ଣ୍ଣିଙ୍ଗ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଉଦୟ କୁମାର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମହାରଣା, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର , ଏଲ. ଡି. ଏମ. ଶିବ ପ୍ରସାଦ ଚୌଧୁରୀ, ଡେପୁଟି କଲେକ୍ଟର ବସୁନ୍ଧରା ଭିତିରିଆ, ଡେପୁଟି କଲେକ୍ଟର ଶ୍ରଦ୍ଧା ସୁମନ, ଡେପୁଟି କଲେକ୍ଟର ଡଃ ଶୁଭଙ୍କରୀ ଦାଶ, ଡେପୁଟି କଲେକ୍ଟର (ନିର୍ବାଚନ) ଦୁର୍ଗାଚରଣ ମୁର୍ମୁ ଓ ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାଇରଙ୍ଗପୁର ଶ୍ରୀ ବିକାଶ ମହାନ୍ତି ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.