ଆତ୍ମସମର୍ପଣ କଲେ ୯ ମାଓବାଦୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଛି।  କେକେବିଏନ୍‌ ମାଓ ଡିଭିଜନର ବରିଷ୍ଠ କ୍ୟାଡର୍‌ ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍‌କାମ ଆଜି କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ଜୟନାରାୟଣ ପଙ୍କଜ ଏବଂ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ରହିଛନ୍ତି। ସମସ୍ତ ମାଓବାଦୀ ଛତିଶଗଡ ରାଜ୍ୟ ଦାନ୍ତେୱ୍ବାଡ଼ା ଜିଲ୍ଲା ବୋଲି ଜଣାପଡିଛି ।

ଏମାନେ ସମସ୍ତେ କେକେବିଏନ୍ ସହ ଜଡିତ ଥିଲେ।  ବହୁଦିନ ଧରି ସମାଜର ମୁଖ୍ୟ‌ସ୍ରୋତରୁ ସେ ଦୂରରେ ରହିଥିଲେ। ଏବେ ସେ ପରିବାର ସହ ସମୟ ବିତାଇବେ। ମାଓ ସଂଗଠନରେ ସିନିୟରମାନେ ଜୁନିୟର୍‌ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ମାଓବାଦୀମାନେ ବେଆଇନ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଥିବାରୁ ଏହା ତାକୁ ଭଲ ଲାଗିଲାନି ବୋଲି ସମାୟ ଆଜି ସାମ୍ବାଦିକଙ୍କୁ କହିଛନ୍ତି। ଗତ କିଛିଦିନ ତଳେ ପୁଲିସ ସହ ସଂଘର୍ଷରେ ଟପ୍‌ ମାଓ ନେତା ଦସୁରୁର ମୃତ୍ୟୁ ହୋଇଥିବା ବେଳେ ଆଜି ଦସୁରୁର ମୁଖ୍ୟ ସହଯୋଗୀ ମାଡ଼କାମ୍‌ ଆତ୍ମସମର୍ପଣ କରିବା ପରେ ମାଓବାଦୀଙ୍କ ମନୋବଳ ଦୁର୍ବଳ ହୋଇ ପଡ଼ିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଚଳିତ ସାଧାରଣ ନିର୍ବାଚନ ସମୟରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିବା ପୁଲିସର ମନୋବଳକୁ ବଢ଼ାଇଛି ବୋଲି ସେ କହିଛନ୍ତି।  ଆତ୍ମ ସମର୍ପଣ କରିବା ପରେ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବାସଗୃହ, ଜମି ଆଦି ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ।

Leave A Reply

Your email address will not be published.