ରାସ୍ତା ପାଇଁ ରାସ୍ତା ରୋକ କରିଛନ୍ତି ୨ଟି ଗ୍ରାମର ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାସ୍ତା ପାଇଁ ରାସ୍ତା ରୋକ କରିଛନ୍ତି ୨ଟି ଗ୍ରାମର ଗ୍ରାମବାସୀ। ଗାଁ କୁ ପକ୍କା ସଡକ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ସରକାର ୩ବର୍ଷ ତଳୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି।

ଠିକାଦାର କାମ ଆରମ୍ଭ କରିଥିଲେ ବି କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ଏହି ରାସ୍ତାକୁ କରାଇ ଦେଉ ନାହାନ୍ତି। ଗତକାଲି ରାତିରେ କିଛି ଲୋକ ଠିକସଂସ୍ଥା ର ମେସିନି କୁ ଭଙ୍ଗାରୁଜା କରିବା ସହିତ କାମ କରୁଥିବା ଠିକସଂସ୍ଥା ର ଲୋକଙ୍କୁ ଘଉଡ଼ାଇ ଦେଇଛନ୍ତି। ଫଳରେ ରାସ୍ତା ହେବା ନେଇ ଆଶଙ୍କା ଦେଖାଦେଇଛି।

ଏନେଇ ଏଲକଣା ଓ ବର୍ଦ୍ଧନପୁର ଗ୍ରାମବାସୀ ମାନେ ଆଜି ସକାଳୁ ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡ଼ିହି ନିକଟରେ ଅବରୋଧ କରି ରାସ୍ତା ରୋକ କରିଛନ୍ତି। ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି। ଦୁଇ ଘଣ୍ଟା ପରେ ପୋଲିସ୍ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Leave A Reply

Your email address will not be published.