ଆରମ୍ଭରୁ ଗୃହରେ ହଟ୍ଟଗୋଳ;ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି

0

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ। ଆଜି କିଛି ସମୟର ପ୍ରଶ୍ନ ଉତ୍ତର ପରେ ଆଉ ଚାଲିପାରିଲାନି ବିଧାନସଭା।ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅଫିସରଙ୍କ ଅଭିନନ୍ଦନ ନେଇ ଗୃହ ସରଗରମ ହେବା ସହ ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟମାନଙ୍କ ପ୍ରତିବାଦ, ନାରାବାଜି ଯୋଗୁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।ବିଧାନସଭାର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ। ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେଲେ ସେଥିପାଇଁ ସରକାର ଦାୟୀ ହେବେ। ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ସେପଟେ କୌଣସି ସ୍ଥାୟୀ ପ୍ରକଳ୍ପ ପାଇଁ ଅନୁମତି ଦେଇନଥିବା କହିଛନ୍ତି ଏଏସଆଇ ଓ ଏନ୍ଏମଏ। ତେଣୁ ବସ୍ତବିକତା ପରୀକ୍ଷା କରାଯାଉ ଏବଂ କମିଟି ଗଠନ କରିବାକୁ ଦାବି କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

ସେପଟେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ଲୋକଙ୍କ ସନ୍ଦେହ ଦୂର କରିବା ସରକାରଙ୍କ ଦାୟିତ୍ୱ। ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବାକୁ ରୁଲିଂ ଦାବି କଲେ ନରସିଂହ। ଅନ୍ୟପଟେ ଗୃହର ମଧ୍ୟ ଭାଗରେ ବିଜେପିର ସମସ୍ତ ସଦସ୍ୟ ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.