କୃଷି ଓ କୃଷକ ସଶକ୍ତି କରଣ ବିଭାଗର ୬୬୪୬ କୋଟି ୧୧ ଲକ୍ଷ ୬୯ ହଜାର ଟଙ୍କାର ଖର୍ଚ୍ଚ ଦାବିକୁ ମିଳିଲା ଗୃହର ଅନୁମୋଦନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କୃଷି ଓ କୃଷକ ସଶକ୍ତି କରଣ ବିଭାଗର ୬୬୪୬ କୋଟି ୧୧ ଲକ୍ଷ ୬୯ ହଜାର ଟଙ୍କାର ଖର୍ଚ୍ଚ ଦାବିକୁ ମିଳିଲା ଗୃହର ଅନୁମୋଦନ । ଆଲୋଚନା ବେଳେ ବିରୋଧୀ କହିଛନ୍ତି ରାଜ୍ୟ ସରକାର ସବୁଥିରେ ବିଫଳ ହୋଇଛନ୍ତି । ଫସଲ ବୀମା ଯୋଜନାରେ ଚାଷୀ ମାନେ ଉପକୃତ ହେଉ ନାହାନ୍ତି । ବାହାର ରାଜ୍ୟରୁ ଆଳୁ, ପିଆଜ, ଫୁଲ,ମାଛ, ଅଣ୍ଡା ସବୁ ଆଣିବାକୁ ପଡୁଛି ।

ଶୀତଳ ଭଣ୍ଡାରର ଘୋର ଅଭାବ ରହିଛି । ସରକାର ଯୋଜନା ପରେ ଯୋଜନା ଏବଂ କୃଷି କର୍ମଣ ର ବାହା ବାହା ନେଉଛନ୍ତି ମାତ୍ର ଚାଷୀ କିଛି ସୁଫଳ ପାଉ ନାହାନ୍ତି । ସେପଟେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି କେନ୍ଦ୍ର ସରକାର ତାଙ୍କ ବଜେଟରେ ଯେତେ ବ୍ୟୟ ବରାଦ କରୁଛନ୍ତି ଆମେ ରାଜ୍ୟ ବଜେଟରେ କୃଷି କ୍ଷେତ୍ରକୁ ଅଧିକ ବ୍ୟୟ ବରାଦ କରୁଛୁ । ଗତ ତିନି ବର୍ଷ ହେବ କୃଷି କ୍ଷେତ୍ରରେ ରାଜ୍ୟ କୁ ଯେଉଁ ଅନୁଦାନ ମିଳିବା କଥା ତାହା ମିଳି ନାହିଁ । ଆମର କୃଷି ଅବିବୃଦ୍ଧି ହାର 8.5 ଥିବା ଜାତୀୟ ସ୍ତରରେ ଏହା ମାତ୍ର 4 ପ୍ରତିଶତ ।

Leave A Reply

Your email address will not be published.