ରାଷ୍ଟ୍ରପତିଙ୍କୁ କଂଗ୍ରେସ ନେତା ଅଧୀର ରଂଜନ ଚୈାଧୁରୀଙ୍କ ଅସମ୍ମାନ ପ୍ରସଙ୍ଗ: ବିଜେପି କହିଲା ଦେଶବାସୀଙ୍କୁ ଅସମ୍ମାନିତ କରିଛି କଂଗ୍ରେସ

0

 ଓଡିଆ ନ୍ୟୁଜ୍(ବ୍ୟୁରୋ): ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ଜଣେ ମହିଳା ଓ ଜନଜାତି ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରପତିଙ୍କୁ କଂଗ୍ରେସ ଦଳ ଅପମାନିତ କରିବା କେବଳ ସାଢ଼େ ଚାରିକୋଟି ଓଡିଆଙ୍କୁ ନୁହେଁ ବରଂ ଦେଶବାସୀଙ୍କୁ ମଧ୍ୟ ଗଭୀର ଆଘାତ ଦେଇଛି । ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶବ୍ୟାପୀ ଅମୃତ ମହୋତ୍ସବ ପାଳନ କରାଯିବା ଏବଂ ପ୍ରଥମ ଥର ପାଇଁ ସମ୍ବିଧାନର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଭାବେ ଅଧିଷ୍ଠିତ ହୋଇଥିବା ଜନଜାତି ବର୍ଗର ମହିଳା ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ଅପଶବ୍ଦ କହି କଂଗ୍ରେସ ସଂସଦୀୟ ଦଳ ନେତା ଶ୍ରୀ ଅଧିର ରଂଜନ ଚୌଧୁରୀ କଂଗ୍ରେସ ଦଳର ଅସହିଷ୍ଣୁ ମନୋଭାବ ଏବଂ ହିନ ମାନସିକତାକୁ ପ୍ରମାଣିତ କରିଛନ୍ତି । ଏପରିକି ନିଜ ଭୁଲକୁ ମଧ୍ୟ ସ୍ୱୀକାର କରି ନିସର୍ତଃ କ୍ଷମାପ୍ରାର୍ଥନା କରିବା ପରିବର୍ତେ ଶ୍ରୀ ଚୈାଧୁରୀଙ୍କ ସମେତ ଜନଜାତି ବିରୋଧୀ, ମହିଳା ବିରୋଧୀ ଏବଂ ଅସହିଷ୍ଣୁ କଂଗ୍ରେସ ଦଳର ନେତୃବୃନ୍ଦ ବର୍ତମାନ ପୁଣି ମିଛ କହି ଭ୍ରମିତ କରୁଛନ୍ତି । ରାଷ୍ଟ୍ରପତିଙ୍କୁ ଅସମ୍ମାନ ଏବଂ ତାଙ୍କୁ ଅପଶବ୍ଦ କହିବା ଅତ୍ୟନ୍ତ ଲଜ୍ଜାଜନକ । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ’ କହି କେବଳ ରାଷ୍ଟ୍ରପତିଙ୍କୁ ଉପହାସ କରିନାହାନ୍ତି ବରଂ ରାଷ୍ଟ୍ରର ସମ୍ବିଧାନ, ରାଷ୍ଟ୍ରର ଗଣତନ୍ତ୍ର, ରାଷ୍ଟ୍ରର ମର୍ଯ୍ୟାଦା ଏବଂ ରାଷ୍ଟ୍ରବାସୀଙ୍କୁ ଉପହାସ କରିଛନ୍ତି ।

କଂଗ୍ରେସ ଦଳ ମହିଳା, ଆଦିବାସୀ ଏବଂ ଗରିବ ବିରୋଧୀ ବୋଲି ସାରା ଦେଶ ଜାଣିଛି । ଦେଶର ପ୍ରଥମ ଆଦିବାସୀ ଓ ଓଡିଆ ମହିଳା ଶ୍ରୀମତୀ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ମାତ୍ରେ କଂଗ୍ରେସ ଦଳ କେବଳ ଘୃଣା ଓ ଉପହାସ କରି ଆସିଛି । ସମସ୍ତ ସୀମା ଅତିକ୍ରମ କରି କଂଗ୍ରେସ ନେତା ଶ୍ରୀ ଚୈାଧୁରୀ ଦେଇଥିବା କଟୁ ମନ୍ତବ୍ୟ ଆଜି କଂଗ୍ରେସର ଅସଲ ମୁଖାକୁ ଖୋଲି ଦେଇଛି । ଏହାକୁ ପ୍ରତିବାଦ କରି ଆଜି ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହ ଶ୍ରୀ ଚୈାଧୁରୀଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ କୁଶ ପୁତଳିକା ଦାହ କରାଯାଇଛି । ରାଜଧାନୀ ଭବୁନେଶ୍ୱର ସମେତ ମୟୁରଭଂଜ, କେଉଁଝର, କଟକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବ୍ରହ୍ମପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୈାଦ୍ଧ, ସୋନପୁର ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କଂଗ୍ରେସ ନେତାଙ୍କ କୁଶ ପୁତଳିକା ଦାହ କରାଯାଇଛି । ଶ୍ରୀ ଚୌଧୁରୀଙ୍କ ଟିପ୍ପଣୀ ଅତ୍ୟନ୍ତ ଲଜ୍ଜାଜନକ ଓ ସମ୍ବୋଧନ ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମା କ୍ଷୁର୍ଣ୍ଣ କରୁଛି । ଯଥାଶୀଘ୍ର ଶ୍ରୀ ଚୌଧୁରୀଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ନିସର୍ତଃ କ୍ଷମା ପ୍ରାର୍ଥନା କରିବାକୁ ଦାବୀ କରାଯାଇଛି ।

Leave A Reply

Your email address will not be published.