ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଛାତରୁ କଂକ୍ରିଟ ଖସି ରୋଗୀଙ୍କ ମୁଣ୍ଡ କଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଛାତରୁ କଂକ୍ରିଟ ଖସି ରୋଗୀଙ୍କ ମୁଣ୍ଡ କଣା | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ ରେ ଛାତ ରୁ କଂକ୍ରିଟ ଖସି ରୋଗୀ ଙ୍କ ମୁଣ୍ଡରେ ପଡି କଣା ହୋଇ ଯାଇଛି ।

ସୂଚନାଯୋଗ୍ୟ ବାରିଗାଁ ଗ୍ରାମର ରୋଗୀ ରାଜେଶ ନାହାକ ଦୁଇ ଦିନ ତଳେ ରକ୍ତ ଅଭାବ ରୁ ମେଡ଼ିକାଲ ରେ ଆଡ଼ମିଶନ ହୋଇ ଥିଲେ ଆଜି ଦିନ ୩ ଟା ସମୟରେ ସେ ୨୮ ନମ୍ବର ବେଡ଼ ରେ ବ୍ଲଡ଼ ନେଉଥିବା ସମୟରେ ଛାତ ରୁ କଂକ୍ରିଟ ଖସି ରୋଗୀ ଙ୍କ ମୁଣ୍ଡ ଉପରେ ପଡିଥିଲା ଯାହା ଫଳରେ ମୁଣ୍ଡ ଫାଟି ରକ୍ତଶ୍ରାବ ହୋଇଥିଲା | ତାଙ୍କୁ ପରିବାର ଲୋକେ ମେଡିକାଳରେ ଚିକିତ୍ସିତ କରିଛନ୍ତି।

ଏଇ ଦୁଇ ମାସ ହେବ ଦିନ ହେବ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇ ମେଡ଼ିକାଲ କୁ ରୂପାନ୍ତରିତ କରାଯାଇ ଥିଲା ଆଜି ଏଭଳି ଘଟଣା ଘଟିବା ପରେ ରୋଗୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।ରୋଗୀମାନେ ଚିକିତ୍ସା ହେବାକୁ ଆସି ଅଧିକ ଗୁରୁତର ହେଉଥିବାରୁ ରୋଗୀଙ୍କ ସଂମ୍ପର୍କୟ ମାନେ ଭୟଭିତ ହୋଇଥିବା କହିଛନ୍ତି।

Leave A Reply

Your email address will not be published.