ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟ ଏବେ ପାଲଟିଛି ଅଫିମ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟ ରେ ଚତୁର୍ଥ ଥର ପାଇଁ ବଡ଼ ଧରଣର ଚଢ଼ାଉ । ଲକ୍ଷ୍ୟ କିମ୍ବା ଦୁଇ ଲକ୍ଷ୍ୟ ନୁହଁ ୧୦ କୋଟି ୫୦ ଲକ୍ଷ୍ୟ ଟଙ୍କା ଅଫିମ ଗଛ ଜବତ ହୋଇଛି । ଅବକାରୀ ବିଭାଗ କର୍ମଚାରୀ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଛି। ଶିମିଳିପାଳ ଅଭୟାରଣ୍ୟ ର କୋର ଅଞ୍ଚଳ ରେ ଥିବା ସାରଦା ଗାଁରେ ୧୫ ଏକର ଜାଗାରେ ଲକ୍ଷ୍ୟ ଲକ୍ଷ୍ୟ ଅଫିମ ଚାଷ ହୋଇଥିଲା । କେଉଁଠି ଫୁଲ ଫୁଟିଥିଲା ତ ଆଉ କେଉଁଠି ଫଳ ଶୁଖି ଯାଇଥିଲା ।
ଅବକାରୀ ବିଭାଗ ଲକ୍ଷାଧିକ ଗଛ କୁ ନଷ୍ଟ କରିବା ସହିତ ପୋଡି ଦେଇଛି । ଏହାର ଆନୁମାନିକ ମୁଲ୍ୟ ୧୦ କୋଟି ୫୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ସୂଚନା ଦେଇଛନ୍ତି ।ତେବେ ଏତେ ପରିମାଣର ଅଫିମ ଗଛ ଜବତ ହେବା ଏହା ଓଡ଼ିଶାର ପ୍ରଥମ ଘଟଣା। ଏବେ ଅଫିମ ଚାଷର ହବ୍ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଥର ପାଇଁ ଫେବୃଆରୀ ୨୪ ତାରିଖରେ ଶିମିଳିପାଳ ପାଦ ଦେଶରେ ଚଢ଼ାଉ କରି ୨୬ ଲକ୍ଷ୍ୟ ଟଙ୍କା ର ଅଫିମ ଗଛ ଜବତ ହୋଇଥିଲା।ସେହିପରି ଚଳିତ ମାସ ୧୦ ତାରିଖରେ ଦ୍ୱିତୀୟ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଚଢ଼ାଉ କରି ୧୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଗଛ ଜବତ ହୋଇଥିଲା । ତୃତୀୟ ଥର ପାଇଁ ଚଳିତ ମାସ ୧୬ ତାରିଖରେ ବଡ଼ ଧରଣର ଚଢ଼ାଉ ହୋଇଥିଲା |
ତେବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜଗଡା ଏବଂ ଫୁଲବାଡି ରେ ଦେଢ଼ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଅଫିମ ଗଛ ଜବତ କରିବାରେ ସଫଳ ହେଉଛି ଟିମ । ଏହାର ମୂଲ୍ୟ ୩ କୋଟି ୧୦ ଲକ୍ଷ୍ୟ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ପ୍ରେସ ରିଲିଜ କରାଯାଇଥିଲା । ସେହିପରି ଚତୁର୍ଥ ଥର ପାଇଁ ମିଳିତ ଭାବେ ଚଢ଼ାଉ କରି କୋଟି କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି |ତେବେ ବର୍ଷ ବର୍ଷ ଧରି ଶିମିଳିପାଳ ଅଭୟାରଣ୍ୟ ରେ ଅଫିମ ଚାଷ ହୋଇ ଆସୁଥିଲେ ସୁଦ୍ଧା ଏଥିରେ ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ ଯାହାକୁ ନେଇ ଉଠିଛି ପ୍ରଶ୍ନ ।