ପ୍ରାଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଚଳିତ ମାସ ୩୧ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିସନ୍‌ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ ପୂର୍ବରୁ ପ୍ରାଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। 17 ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । କିଛି ଜିଲ୍ଲାପାଳଙ୍କୁ ସଚିବ ଭାବେ ପଦୋନ୍ନତି ମଧ୍ୟ ମିଳିଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ମିଳିଛି । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ବିଜୟ କୁମାର ଦାସ ପୁରୀର ନୂତନ ଜିଲ୍ଲାପାଳ ହୋଇଛନ୍ତି । ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି ଭାବେ ଦାୟିତ୍ବ ପାଇଛନ୍ତି । ଦକ୍ଷିଣାଞ୍ଚଳ ଆରଡିସି ଥିବା ୨୦୦୦ ବ୍ୟାଚର ଆଇଏଏସ ତେମଜେନୱାପଙ୍ଗ ଆଓଙ୍କୁ ନୂଆ ନିଯୁକ୍ତି ମିଳିଛି । ସେ ଏବେ ପବ୍ଲିକ ଏଣ୍ଟରପ୍ରାଇଜେସ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭାବେ ଏବେ କାର୍ଯ୍ୟ କରିବେ। ଶ୍ରୀ ଦାସ ଦକ୍ଷିଣାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅତିରିକ୍ତ ସଚିବ ପାହ୍ୟା ସହ ଶ୍ରୀମନ୍ଦିର ଦାୟିତ୍ବ ଦିଆଯାଇଛି। ସେ ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବେ। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ନିର୍ଦ୍ଦେଶକ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ, କଟକ ମହାନଗର ନିଗମ(ସିଏମସି) କମିସନର ନିଖିଳ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ, ରାଜ୍ୟ ନିର୍ବାଚନ କମିସନ(ଏସ୍‌ଇସି) ସଚିବ ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳ ଥିବା ମନୀଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି।

ତିନି ଜିଲ୍ଲାରେ ଜିଲ୍ଲାପାଳ ଥିବା ତିନି ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କର ମଧ୍ୟ ବଦଳି ହୋଇଛି। ସୋନପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଇପିଏମ୍‌ର ନିର୍ଦ୍ଦେଶକ, ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ, କଟକ ଜିଲ୍ଲାପାଳ ନରହରି ସେଠୀଙ୍କୁ ଜଳ ଯୋଗାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଏହାବ୍ୟତୀତ ୨୦୨୧ ବ୍ୟାଚ୍‌ର ଆଇଏଏସ୍‌ ଧୀନା ଦସ୍ତଗିରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ, ରୀନା ପ୍ରଧାନଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, ପ୍ରଥମେଶ ଅରବିନ୍ଦ ରାଜେଶିଖରେଙ୍କୁ ବାଲେଶ୍ବର ଉପଜିଲ୍ଲାପାଳ, କିରଣଦୀପ କୌର ସହୋତାଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ରେହାନ ଖତରିଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ଧୀମନ ଚକ୍‌ମାଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.