ରାମ ଲାଲଙ୍କୁ ଦେଲେ ହୀରା ମୁକୁଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାମ ଲାଲଙ୍କୁ ଦେଲେ ହୀରା ମୁକୁଟ | ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବହୁ ଆଗଧାଡ଼ିର ଉଦ୍ୟୋଗପତି ଯୋଗ ଦେଇଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜ ପୂରା ପରିବାର ସହ ଅଯୋଧ୍ୟାରେ ପହଞ୍ଚିଥିଲେ। ପତ୍ନୀ ନୀତା ଅମ୍ବାନୀ, ୨ ପୁଅ ଆକାଶ, ଅନନ୍ତ ଅମ୍ବାନୀ, ବୋହୂ ଶ୍ଲୋକା ମେହେଟ୍ଟା, ଝିଅଜ୍ୱାଇଁ ଇଶା ଅମ୍ବାନୀ ଓ ଆନନ୍ଦ ପିରାମିଲଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ ମୁକେଶ ଅମ୍ବାନୀ ।

ତେବେ ସାରା ବିଶ୍ୱରୁ କିଛି ନା କିଛି ଉପହାର ପ୍ରଭୁ ରାମଲାଲାଙ୍କ ପାଇଁ ପଠାଇଛନ୍ତି ରାମଭକ୍ତ। ଏହି କ୍ରମରେ ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି। ସୁନାରେ ତିଆରି ଏହି ମୁକୁଟରେ ହୀରା ଖଚିତ ହୋଇଛି। ମୁକୁଟର ଓଜନ ୬ କିଲୋଗ୍ରାମ ରହିଛି । ଏଥିରେ ସାଢେ ୪ କିଲୋଗ୍ରାମ ସୁନା ବ୍ୟବହାର ହୋଇଛି। ମୁକୁଟରେ ଛୋଟ ଏବଂ ବଡ଼ ଧରଣର ହୀରା, ମାଣିକ, ମୋତି ଏବଂ ନୀଲମ ରତ୍ନ ଖଞ୍ଜାଯାଇଛି। ଏହି ମୁକୁଟ ରାମଲାଲାଙ୍କ ମସ୍ତକରେ ଶୋଭାପାଇବ ବୋଲି ସୂଚନା ରହିଛି ।

ରାମଲାଲାଙ୍କ ପାଇଁ ଦାନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ମୁକେଶ ତୃତୀୟ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ସୁରତର ହୀରା ବ୍ୟବସାୟୀ ଦିଲୀପ କୁମାର ଅଯୋଧ୍ୟା ଶ୍ରୀ ରାମ ମନ୍ଦିରକୁ ୧୦୧ କିଲୋଗ୍ରାମ ସୁନା ଦାନ କରିଥିଲେ। ଯାହାର ମୂଲ୍ୟ ୬୮ କୋଟି ଟଙ୍କା ହେବ। ଏହି ସୁନାରେ ମନ୍ଦିରର ଦ୍ୱାରରେ ସୁନା ଛାଉଣୀ କରାଯାଇଛି।

Comments are closed.