ଶ୍ରୀ ଶ୍ରୀ ଶଙ୍ଖେଶ୍ବରୀ ଦେବୀଙ୍କ ନବମ ବାର୍ଷିକ ଉତ୍ସବ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀ ଶ୍ରୀ ଶଙ୍ଖେଶ୍ବରୀ ଦେବୀଙ୍କ ନବମ ବାର୍ଷିକ ଉତ୍ସବ ପାଇଁ ବିଶ୍ଵଶାନ୍ତି ମାହାଯଜ୍ଞ | କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ସିଦ୍ଧେଶ୍ୱରପୁର-୧ ସ୍ଥିତ ଶ୍ରୀ ଶ୍ରୀ ଶଙ୍ଖେଶ୍ୱରୀ ଦେବୀଙ୍କ ନବମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶ୍ଵଶାନ୍ତି ମାହାଯଜ୍ଞ ଆରମ୍ଭ ହୋଇଛି।

ଏହି ପଞ୍ଚଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଗତକାଲି ଅଙ୍କୁରାରୋପଣ କରାଯାଇଥିବା ବେଳେ ଆଜି କଳସ ଶୋଭାଯାତ୍ର ଅନୁଷ୍ଠିତ ହୋଇଛି। ଅପରାହ୍ନ ରେ କଇଜଙ୍ଗା ନିକଟ କାଠଯୋଡ଼ି ନଦୀର ପଣାଯାତ୍ରା ତୋଟା ଘାଟରୁ ୧୦୮ କଳସ ଶୋଭାଯାତ୍ର ବାହାରି ସିଦ୍ଧେଶ୍ୱରପୁର-୧ ସ୍ଥିତ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଥିବା ଯଜ୍ଞସ୍ଥଳୀରେ ପହଞ୍ଚିଥିଲା।ସେଠାରେ କଳସ ସ୍ଥାପନା କରାଯାଇଥିଲା।ଏହି ଯଜ୍ଞ ଆସନ୍ତା ୨୫ ତାରିଖରେ ଶେଷ ହେବା ର କାର୍ଯ୍ୟକ୍ରମ ରହିଛି ।

ଯଜ୍ଞ କମିଟି ର ସଭାପତି ସରୋଜ କୁମାର ଆଚାର୍ଯ୍ୟ, ବିଷ୍ଣୁ ଚରଣ ଆଚାର୍ଯ୍ୟ କର୍ତ୍ତା ଓ ସୁଲୋଚନା ଆଚାର୍ଯ୍ୟ କର୍ତ୍ତି ହୋଇଥିବାବେଳେ ଚନ୍ଦ୍ରମଣି ପଣ୍ଡା ପୁରୋହିତ ରହିଛନ୍ତି।ସୁଶୀଲ କାନ୍ତ ମିଶ୍ର,ନିରଞ୍ଜନ ଆଚାର୍ଯ୍ୟ, ତ୍ରିଲୋଚନ ଆଚାର୍ଯ୍ୟ, ନାରାୟଣ ଦଳାଇ,ଯୋଗେନ୍ଦ୍ର ସାହୁ,ପ୍ରଭାତ କୁମାର ଆଚାର୍ଯ୍ୟ, ମଦନ ମୋହନ ଆଚାର୍ଯ୍ୟ, ସଞ୍ଜୀବ ଆଚାର୍ଯ୍ୟ, ପୁନାନନ୍ଦ ଆଚାର୍ଯ୍ୟ, ବ୍ରହ୍ମାନନ୍ଦ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସାହୁ,ସଦାଶିବ ବେହେରଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।

Leave A Reply

Your email address will not be published.