କୋର୍ଟର ଦ୍ବାରସ୍ଥ ହେବେ ଅରବିନ୍ଦ ଢାଲି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋର୍ଟର ଦ୍ବାରସ୍ଥ ହେବେ ଅରବିନ୍ଦ ଢାଲି। ବିଧାୟକ ପଦ ରଦ୍ଦ ଘଟଣାରେ ଆଇନ ଆଶ୍ରୟ ନେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ। ତାଙ୍କ ବିରୋଧରେ ଏହା ଏକ ଏକପାଖିଆ ନିଷ୍ପତ୍ତି।

ଜାଣିଶୁଣି ତାଙ୍କର ବିଧାନସଭା ପଦକୁ ରଦ୍ଦ କରାଯାଇଛି। ଯେଉଁମାନେ ବିଜେଡିରୁ ବିଜେପିକୁ ଆସିଛନ୍ତି, ସେମାନଙ୍କର ହିଁ ବିଧାୟକ ପଦ ରଦ୍ଦ କରାଯାଇଛି। ଅନ୍ୟମାନଙ୍କର କାହିଁକି ନୁହଁ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ। କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଛି। ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଏପର୍ଯ୍ୟନ୍ତ ବିଜେପି ପ୍ରେମାନନ୍ଦଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନାହିଁ। ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଏହି ପିଟିସନ ଗ୍ରହଣ କରି ବାଚସ୍ପତି ପ୍ରମିଳା ମଲ୍ଲିକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି।

Leave A Reply

Your email address will not be published.