ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ। ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋ କଏନ୍ସବର୍ଗର” । 1948 ମସିହାରେ ଆଜିର ଦିନରେ ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା । ଆଉ ଏବେ ୭୬ ବର୍ଷରେ ପାଦ ଥାପିଛି ଭୁବନେଶ୍ବର ।

ଏହାରି ମଧ୍ୟରେ ଅନେକ ବାଧାବିଘ୍ନ ସହି ଆଗକୁ ଆଗେଇ ଚାଲିଛି ରାଜଧାନୀ । ସେବେକାର ରାଜଧାନୀ ଆଉ ଏବେ କାର ରାଜଧାନୀରେ ଆକାଶ ପାତାଳ ଫରକ ରହିଛି । ଜଙ୍ଗଲରେ ପରିପୂର୍ଣ୍ଣ ଥିବା ସ୍ଥାନରେ ଆଜି ବଡ ବଡ ଅଟାଳିକା ମାନ ଛିଡା ହୋଇଛି । ସମୟର ତାଳେ ତାଳେ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ସ୍ମାର୍ଟ ସିଟିରେ ମଧ୍ୟ ପରିଣତ ହୋଇଛି । କୁହାଯାଏ ଏଠାକୁ ଯିଏ ବି ଆସିବ ସେ ସ୍ମାର୍ଟ ହୋଇଯିବ । ଏହି ସହର ଦେଖିଛି ଅନେକ ସଂଘର୍ଷ । ସେହି ସଂଘର୍ଷ ଆଜି ସହରକୁ ସଫଳତା ଦିଗରେ ଆଗେଇ ନେଇଛି ।

ଦିନ ଗଡିବା ସାଙ୍ଗକୁ ରାଜଧାନୀର ଚିତ୍ର ମଧ୍ୟ ବଦଳିଛି । ଗମନାଗମନ କ୍ଷେତ୍ରରେ ବେଶ ଆଗରେ ଭୁବନେଶ୍ବର । ବିମାନ ସେବା ଠାରୁ ଆରମ୍ଭ କରି ବସ, ଟ୍ରେନ ସମସ୍ତ ସୁବିଧା ଏଠାରେ ଉପଲବ୍ଧ । ଆଗକୁ ଏଠାରେ ମେଟ୍ରୋ ସେବା ମଧ୍ୟ ପାଇବେ ରାଜଧାନୀବାସୀ । ବିଶେଷ କରି ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମୋ ବସ ସେବା ଯାତ୍ରୀଙ୍କୁ ବେଶ ସହାୟକ ହୋଇଛି ।

Leave A Reply

Your email address will not be published.