ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନେଇ ବନ୍ଧୁମିଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନେଇ ବନ୍ଧୁମିଳନ ସହ ସମ୍ମିଳନୀ କଲେ ବିଜୁ ଜନତା ଦଳର ଘଷିପୁରା ପାର୍ଥି ବଦ୍ରୀ ନାରାୟଣ ପାତ୍ର | କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ତରିମୂଳ ପଞ୍ଚାୟତ ପଡିଆପାଳ ଗ୍ରାମରେ ଆଜି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନେଇ ବନ୍ଧୁମିଳନ ସହ ସମ୍ମିଳନୀ ଅନୁଷ୍ଟିତ ହୋଇଛି।

ଏଥିରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ହରିପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ତଥା ବିଜେଡି ପାର୍ଥୀ ବଦ୍ରୀନାରାୟଣ ପାତ୍ର ଯୋଗ ଦେଇଥିଲେ ଆଗାମୀ ନିର୍ବାଚନରେ ତାଙ୍କୁ ସହଯୋଗ କରିବା ପାଇଁ ନିବେଦନ ମଧ୍ୟ କରିଥିଲେ।

ଏଥିରେ ୧୦ ଗୋଟି ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଓ ବିଭିନ୍ନ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ ସର୍ବାଧିକ ଭୋଟ ରେ କିପରି ବଦ୍ରୀ ନାରାୟଣ ବିଜୟ କରିବେ ସମସ୍ତେ ନିର୍ବାଚନ ରଣାଙ୍ଗନ ପ୍ରସ୍ତୁତି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.