ରାଇରଙ୍ଗପୁରରେ ନିର୍ବାଚନ ସରଗରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ନିର୍ବାଚନ ସରଗରମ | ମୟୂରଭଞ୍ଜ ଲୋକସଭା ଆସନ ଅଧୀନରେ ରହିଛି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ | ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ତରଫରୁ କେତୋଟି ଆସନ ପାଇଁ ବିଧାୟକ ସମେତ ସାଂସଦ ପାର୍ଥୀଙ୍କର ନାମ ଘୋଷଣା କରିଛନ୍ତି | ଜେ ଏମ ଏମ ତରଫରୁ କେବଳ ସାଂସଦ ପାର୍ଥୀ ଅଞ୍ଜଳି ସୋରେନ, ବିଜେପି ରୁ ନବଚରଣ ମାଝୀ ଏବଂ ବିଜେଡିରୁ ସୁଦାମ ମାର୍ଣ୍ଡିଙ୍କର ନାମ ଘୋଷଣା ସରିଛି |

ତେବେ କଂଗ୍ରେସ ଦଳ ଏଠାରେ ଲୋକସଭା ଏବଂ ବିଧାନସଭା ପାଇଁ ନିଜସ୍ବ ପାର୍ଥୀ ଦେବ ନା ଜେ ଏମ ଏମ ସହିତ ବୁଝାମଣା କରିବ ତାହା ଏଯାଏଁ ସ୍ପଷ୍ଟ ହୋଇ ପାରିନି | ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବିଜେପିର ରାଇରଙ୍ଗପୁର, ସାରସକଣା , ବାଙ୍ଗିରିପୋଷି ଆସନ ପାଇଁ ପାର୍ଥୀ ଘୋଷଣା ବାକି ରହିଛି | ସେହିପରି ବିଜେଡିର ବାଙ୍ଗିରିପୋଷି, ସାରସକଣା ବିଧାୟକ ପଦ ପାଇଁ ପାର୍ଥୀ ଘୋଷଣା ବାକି ରଖିଥିବା ବେଳେ ଜେ ଏମ ଏମ, କଂଗ୍ରେସ ତରଫରୁ କୌଣସି ବିଧାନସଭା ଆସନ ପାଇଁ ପାର୍ଥୀଙ୍କର ଘୋଷଣା ହୋଇନାହିଁ | ବିଜେପି ତରଫରୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ସାଂସଦ ପାର୍ଥୀ କରାଯାଇଥିବା ବେଳେ ବିଜେଡି ରାଇରଙ୍ଗପୁର ଆସନରୁ ସ୍ବେଛାକୃଚ ଅବସର ନେଇଥିବା ଯୁଗ୍ମ ପୋଲିସ ଅଧିକ୍ଷକ ରାଇସେନ ମୁର୍ମୁଙ୍କୁ ପାର୍ଥୀ କରିଛି |

ବିଜେପିରୁ ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ଜଲେନ୍ ବାର୍ଦ୍ଦା, ପରମେଶ୍ବର ସାମାଡ, ଫାଗୁରାମ ମାର୍ଣ୍ଡି, ରାମଚନ୍ଦ୍ର ହାଁସଦାଃ ପ୍ରମୁଖ ଦାବିଦାର ରହିଛନ୍ତି | ଏଥର ତିରିଂ ବ୍ଲକ ଅଞ୍ଚଳର ବ୍ୟକ୍ତିଙ୍କୁ ନିଶ୍ଚିତ ରୂପେ ବିଧାୟକ ପାର୍ଥୀ କରାଯିବାର ସମ୍ଭାବନା ରହିଥିବା ବିଜେପିର ଦଳୀୟ ନେତାମାନେ ଖୋଲାଖୋଲି ଆଲୋଚନା କରୁଛନ୍ତି | ତିରିଂ ଅଞ୍ଚଳର ୩ ଜଣ ବିଧାୟକ ପାର୍ଥୀ ଆଶାୟୀଙ୍କ ମଧ୍ୟରେ ହୋ ସମାଜରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଲେନ୍ ବାର୍ଦ୍ଦା, ଭୂମିଜ ସମାଜରୁ ତିରିଂ ବ୍ଲକ ଚେୟାରମ୍ୟାନ୍ ପରମେଶ୍ବର ସାମାଡ ଏବଂ ସାନ୍ତାଳ ସମାଜରୁ ଫାଗୁରାମ ମାର୍ଣ୍ଡି ରହିଛନ୍ତି |

Leave A Reply

Your email address will not be published.