ପ୍ରଶାସନ ଅବହେଳା ଅଭିଯୋଗରେ ରାସ୍ତାରୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ସର୍ବପୁରାତନ ଭକ୍ତାଙ୍କ ଅବହେଳା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଅସୁବିଧା ସମାଧାନ ପାଇଁ ଦାବି କରି ପାଟ ଭକ୍ତା ମାନେ ଗୁରୁବାର ସ୍ଥାନୀୟ ବଡ଼ ବଜାର ଠାରେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ବାରିପଦା ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କ ମନ୍ଦିରରେ ହାକୁଣ୍ଡା ପୂଜା ସହିତ ଭକ୍ତାମାନଙ୍କ ଦ୍ବାରା ଗୁରୁବାର ଠାରୁ ବଡ଼ବଜାର ଠାରେ ବାଇଗଣ ଗଛର କଣ୍ଟା ବିଛାଇ କଣ୍ଟାପାଟ ନୀତି ଆରମ୍ଭ ହୋଇଛି।

ତେବେ ଉକ୍ତ ନୀତିରେ ଦେବତ୍ୱର ବିଭାଗ ପକ୍ଷରୁ ବାରମ୍ବାର ଚରମ ଅବହେଳା କରାଯାଉଥିବାର ନେଇ ଅଭିଯୋଗ କରିଛନ୍ତି। କଣ୍ଟାପାଟରେ ନିମ୍ନ ମାନର କଣ୍ଟା ପଡିଛି। ଯାହାକି ଭକ୍ତା ମାନଙ୍କ ପାଇଁ ଉପଯୋଗୀ ନୁହେଁ, ଏନେଇ ଠିକ ଭାବେ କଣ୍ଟାପାଟ ନୀତି ମଧ୍ୟ ହୋଇପାରିଲା ନାହିଁ। ଉଡାପର୍ବରେ ଭକ୍ତାଙ୍କ ପାଇଁ ଆବଶ୍ୟକତା ଠାରୁ କମ୍ କଣ୍ଟା ଗଛ ଯୋଗାଇ ଦିଆଯାଇଛି। ଆଗରୁ ଦେବତ୍ତର ବିଭାଗ ପକ୍ଷରୁ ଠିକ କଣ୍ଟା ପଡୁଥିଲା କିନ୍ତୁ ତାହା ଧୀରେ ଧୀରେ ନିମ୍ନ ମାନର ହେଇଯାଉଛି ବୋଲି ଅଭିଯୋଗ କରି ପ୍ରତିବାଦ କରି ଭକ୍ତାଙ୍କ ଦ୍ବାରା ରାସ୍ତାରୋକ କରିଛନ୍ତି। ଏଥି ସହିତ ୨୦୨୪ ଭକ୍ତାରେ ଦୁଇ ସାହିରେ ଛଅ ଜଣ ଭକ୍ତଙ୍କର ନିଯୁକ୍ତି ପାଇଁ ଦାବି ଜଣାଯାଇଛି। ଭକ୍ତା ମାନଙ୍କର ଖର୍ଚ୍ଚ ବୃଦ୍ଧି ସହ ମାସିକ ଛଉ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି।

ତେଣୁକରି ଭକ୍ତ ମାନଙ୍କୁ ବାର୍ଷିକ ୪ହଜାର ଟଙ୍କା ଲେଖାଏଁ ପ୍ରଦାନ ସମେତ ଛଉର ମାସିକ ଭତ୍ତା ପ୍ରଦାନ ପାଇଁ ଦାବି କରିଛନ୍ତି। ଉକ୍ତ ସମସ୍ୟାର ସମାଧାନ ନହେବାରୁ ଠିକ ସମୟରେ ନୀତି କର୍ମ ହୋଇପାରିନାହିଁ।ତେଣୁକରି ଭକ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଅବରୋଧ କରିଥିଲେ। ଦାବି ପୂରଣ ନେଇ ଭକ୍ତା ମାନେ ଅଡ଼ି ବସି ରାସ୍ତା ଅବରୋଧ କରିବାରୁ ବଡ଼ ବଜାର ମୁଖ୍ୟ ରାସ୍ତାରେ ଅନେକ ସଂଖ୍ୟକ ଗାଡି ମୋଟର ଅଟକି ରହିଥିଲା। ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ ଓ ଜିଲ୍ଲା ଦେବତ୍ର ଅଧିକାରୀ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାସୁଝା କରିବା ସହ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବାରୁ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟାଥିଲା।

Leave A Reply

Your email address will not be published.