ନ୍ୟାୟ ପାଇଁ ଧାରଣ ଦେଲେ ମା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନ୍ୟାୟ ପାଇଁ ଧାରଣ ଦେଲେ ମା | ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆର୍ତୁଙ୍ଗ ଗ୍ରାମ ର ଏକ ଅଭିଯୋଗ ବାସୁଦେବପୁର ଥାନା ଅନୁସାରେ ଶରତ କୁମାର ମହାପାତ୍ର ଙ୍କ ଏତଲା କ୍ରମେ ତାଙ୍କ ଝିଅ ସସ୍ମିତା ମହାପାତ୍ର, ବୟସ ୧୭ ବର୍ଷ ସେ ଗତ ୧୦/୪/୨୦୨୪ ରିଖ ରାତି ପ୍ରାୟ ୪ ଟା ସମୟରୁ ନିଖୋଜ ଅଛନ୍ତି।

ପରିବାର ଲୋକ ଙ୍କ କହିବା ମୁତାବକ ଝିଅର ନିଖୋଜ ପରେ ସେ ତାଙ୍କର ବନ୍ଧୁବାନ୍ଧବ, ଝିଅର ସାଙ୍ଗସାଥୀ ଙ୍କ ଘରକୁ ଯାଇ ଝିଅ ନିଖୋଜ ଥିବା ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ଖୋଜାଖୋଜି କରିଥିଲେ।ହେଲେ ଝିଅ ର କୌଣସି ଖୋଦ୍ ଖବର ନ ମିଳିବାରୁ ପରିବାର ଲୋକେ ନିରାଶ ହୋଇ ବାସୁଦେବପୁର ଥାନା ରେ ଏହି ଘଟଣା ବାବଦରେ ପୋଲିସ କୁ ଅବଗତ କରାଇଥିଲେ। ହେଲ ପୋଲିସ କୁ ଜଣାଇବା ପରେ ମଧ୍ୟ ପୋଲିସ ଏଜାବତ୍ ସସ୍ମିତା କେଉଁ ସ୍ଥାନରେ ଅଛି ଓ କିଏ ସସ୍ମିତାଙ୍କୁ ଅପହରଣ କରିନେଇଛି ପୋଲିସ ତାର ଟେର୍ ପାଉନଥିବା ରୁ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ।

ଏ ନେଇ ମା ଓ ବଡ ବାପା ବାସୁଦେବପୁର ଥାନା ଆଗରେ ଧାରଣା ଦେଇଥିଲେ।ସସ୍ମିତା ନିଖୋଜ ଘଟଣା ସମ୍ପର୍କରେ ରେ ବାସୁଦେବପୁର ଥାନା ଅଧିକାରୀଣି ଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ। ମିଳିଥିବା କିଛି ସୂଚନା ଅନୁସାରେ ବାସୁଦେବପୁର ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି। ଖୁବ୍ ଶୀଘ୍ର ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜଣା ପଡିଛି।

Leave A Reply

Your email address will not be published.