ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରେନ୍ ଧକ୍କାରେ ମହିଳା ମୃତ। ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ଣରେ ଜଣେ ଅଜଣା ମହିଳା ଟ୍ରେନ ଧକାରେ ମୃତ୍ୟୁବରଣ କରିଛନ୍ତି।
ମୃତ ମହିଳାଙ୍କର ପରିଚୟ ମିଳି ପାରିନଥିବା ବେଳେ ସେ ଆଜି ଅପରାହ୍ଣରେ ଷ୍ଟେସନ ନିକଟବର୍ତ୍ତୀ ଦକ୍ଷୀଣ କେବିନ ନିକଟ ଦୁଇନମ୍ବର ଡାଉନ ଲାଇନରେ କୋଇଲା ଗୋଟାଉଥିବା ବେଳେ ୟଶବନ୍ତପୁର ହାଓଡା ଏକ୍ସପ୍ରେସ ତାଙ୍କୁ ଧକା ଦେଇଥିଲା। ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ବିଭିନ୍ନ ସ୍ଥାନରେ ପଡିଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବ ହୋଇପାରିନାହିଁ।
ତେବେ ସ୍ଥାନୀୟ ଲୋକେ ତାଙ୍କ ଘର ସୋର ବ୍ଲକ ବେଲଦା ଗ୍ରାମରେ ବୋଲି ଅନୁମାନ କରିଛନ୍ତି । ଖବର ପାଇ ବାଲେଶ୍ୱର ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ଜଣାପଡ଼ିଛି।