ଗାଡି ଚେକିଂ; ୬୦ହଜାର ଫାଇନ ଆଦାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାଡି ଚେକିଂ, ୬୦ହଜାର ଫାଇନ ଆଦାୟ | ବାଲେଶ୍ୱର ଜିଲ୍ଲା ସୋର ପୁଲିସ ପକ୍ଷରୁ ସୋର ଉତ୍ତରେଶ୍ୱର ଛକରେ ଗାଡି ଚେକିଂ କରାଯିବା ସହିତ ଅମାନିଆଙ୍କ ନିକଟରୁ ଫାଇନ ଆଦାୟ କରାଯାଇଛି।

ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଏସଆଇ ପ୍ରୀତିଜିତ ମହାନ୍ତି, ଏଏସଆଇ ସୁନୀଲ ରାଜ ଓ ବିଏସଏଫ ଯବାନ ଙ୍କ ସହଯୋଗରେ ବିଭିନ୍ନ ଛକରେ ନାକାବନ୍ଦୀ କରି ଗାଡିର ଡିକି ଓ କାଗଜପତ୍ର ଯାଞ୍ଚ କରିଥିଲେ।

ଏହାଛଡା ମଦ ପିଇ ଗାଡି ଚଳାଉଥିବା ଅମାନିଆ ଏବଂ ହେଲମେଟ, ଡ୍ରାଇଭିଂ ଲାଇସେନ୍ସ ଆଦି ଯାଞ୍ଚ କରାଯାଇଥିଲା। ଏହି ସମୟରେ ପୁଲିସ ଲୋକମାନଙ୍କୁ ବିଝାସୁଝା କରିବା ସହିତ ଅମାନିଆଙ୍କ ଠାରୁ ୬୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଫାଇନ କଟାଯାଇଥିବା ସୂଚନା।

Leave A Reply

Your email address will not be published.