ଲେଖାଶ୍ରୀ ସାମନ୍ତସିଂହାର ବିଜେଡି ବାଲେଶ୍ୱର ଲୋକସଭା ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲେଖାଶ୍ରୀ ସାମନ୍ତସିଂହାର ବିଜେଡି ବାଲେଶ୍ୱର ଲୋକସଭା ପ୍ରାର୍ଥୀ। ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ବିଜୁ ଜନତା ଦଳ କିଛି ବିଧାନସଭା ପ୍ରାର୍ଥୀ ସହ ବାଲେଶ୍ୱର ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ବିଜେଡି କାହାକୁ ବାଲେଶ୍ୱର ଲୋକସଭା ପ୍ରାର୍ଥୀ କରିବ,ତାକୁ ସବୁ ମହଲରେ ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିଲା ବେଳେ ଆଜି ତାହାର ଅନ୍ତ ଘଟାଇ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି।ନିକଟରେ ଲେଖାଶ୍ରୀ ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଲେଖାଶ୍ରୀ ନୀଳଗିରିର ବାସିନ୍ଦା ଅଟନ୍ତି।ସେ ବିଜେପିରେ ଥିଲା ବେଳେ ବହୁ ବଡ ପଦପଦବୀରେ ରହି ଦାୟୀତ୍ୱ ତୁଲାଇଥିଲେ।ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ।ପୂର୍ବରୁ ବିଜେପି ପ୍ରତାପ ଷଡଙ୍ଗୀଙ୍କ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି।

Leave A Reply

Your email address will not be published.