ଚଡକ ଯାତ୍ରାରେ ଜନୈକା ମହିଳା ଉପବିତଧାରୀଙ୍କ ମୃତ୍ଯୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ବାବା ଚନ୍ଦନେଶ୍ବର ମହାଦେବଙ୍କ ଚଡକ ଯାତ୍ରା ରେ ଜନୈକା ମହିଳା ଉପବିତଧାରୀ ଙ୍କ ମୃତ୍ଯୁ ହୋଇଥିବା ବେଳେ ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି |

ମନ୍ଦିର ବାହାରେ ଥିବା ସମୟରେ ମହିଳାଙ୍କର ମୃତ୍ଯୁ ହୋଇଛି | ଚନ୍ଦନେଶ୍ବର ମହାଦେବ ଙ୍କ ଚଡକ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଆଜି ହେଉଛି ଶେଷ ଅର୍ଘ ଏବଂ ପାଟ ପର୍ବ | ତେବେ ମହିଳା ଉପବିତଧାରୀ ଜଣକ ବୟସ ୬୦ ହୋଇଥିବା ବେଳେ ତାଙ୍କର ଘର ପଶ୍ଚିମବଙ୍ଗର ବୋଲି ଜଣା ପଡିଛି |

ସେ ଆଜି ସକାଳୁ ହଠାତ ଅସୁସ୍ଥ ହୋଇ ପଡିବାରୁ ସେଠାରେ ନିୟୋଜିତ ଥିବା ସ୍ବାସ୍ଥ୍ଯ ବିଭାଗ ର ଟିମ ତାଙ୍କୁ ଚିକିତ୍ସା କରୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା | ତେବେ ଅଣନିସ୍ବାସୀ ହୋଇ ମୃତ୍ଯୁ ହୋଇଥିବା ନେଇ ଭୋଗରାଇ ମେଡିକାଲ ଅଫିସର ଡକ୍ଟର କମଳାକାନ୍ତ ଜେନା ସୂଚନା ଦେଇଛନ୍ତି | ଅନ୍ଯ ଜଣେ ଯୁବକ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅସ୍ଥାୟୀ ସ୍ବାସ୍ଥ୍ଯଶିବିରରେ ଚିକିତ୍ସା କରା ଯାଉଛି |

Leave A Reply

Your email address will not be published.