ନିର୍ବାଚନକୁ ନେଇ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ଦଳର ନେତା ଓ କର୍ମୀମାନେ ଅଧିକ ସକ୍ରୀୟ ହୋଇ ପଡିଛନ୍ତି। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ବିଜେଡ଼ି ପକ୍ଷରୁ ସଂଗଠନକୁ ଆହୁରି ସୃଦୁଢ କରି ଆଗେଇ ନେବା ପାଇଁ ଜୋରଦାର ପ୍ରକ୍ରିୟା ଜାରି ରହିଛି।ଏନେଇ ସ୍ଥାନୀୟ ରଘୁନାଥପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଜେଡ଼ି ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀୱାରି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବାରିପଦା, ମୋରଡା, ଉଦଳା ଓ ବଡ଼ସାହି ନିର୍ବାଚନମଣ୍ଡଳୀର କର୍ମୀମାନଙ୍କ ସହିତ ଆଲୋଚନା କରି ସମୀକ୍ଷା କରିଥିଲେ। ଉକ୍ତ ବୈଠକରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଓ ପ୍ରାଥିନୀଙ୍କ ସମେତ ବିଜେଡ଼ି ସଂଗଠନର ସମସ୍ତ କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ।

ବିଜେଡ଼ିର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରି ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଇଥିଲେ। ଗତ ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣ ବିଜେପି ଦଳର ସାଂସଦ ଓ ୬ଜଣ ବିଧାୟକ ମାନଙ୍କୁ ନିର୍ବାଚିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଲୋକ ମାନଙ୍କର ବିଶ୍ୱାସ ହରାଇଲେ। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୁଦକ୍ଷ ନେତୃତ୍ୱ ସମେତ କର୍ମକର୍ତ୍ତା ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଗତ ପଞ୍ଚାୟତ ଓ ପୈାର ନିର୍ବାଚନରେ ବିଜେଡ଼ି ବାଜିମାତ କରିପାରିଥିଲା। ବିଜେଡ଼ି କେବଳ ନିର୍ବାଚନ ଆସିଲେ ଲୋକମାନଙ୍କ ପାଖକୁ ଆସେନାହିଁ, ବର୍ଷ ତମାମ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା କିପରି ଜନସାଧାରଣଙ୍କ ନିକଟରେ ପହଁଚି ଲୋକମାନେ ତା’ର ସୁଫଳ ପାଇପାରିବେ ସେଥିପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ ଦଳର କର୍ମକର୍ତ୍ତା ଏବଂ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥାନ୍ତି। ସେଥିପାଇଁ ଦଳ ଭିତରେ ଥିବା କୋଣସି ମନାନ୍ତର କିମ୍ବା ମତାନ୍ତର ଥିଲେ ତାହାକୁ ଭୁଲିଯାଇ ଦଳର କର୍ମକର୍ତ୍ତା ମାନେ ଏକ ମନ ଏକ ପ୍ରାଣ ହୋଇ ଜିଲ୍ଲାର ସାଂସଦ ପ୍ରାର୍ଥୀ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ସଫଳତାର ଶୀର୍ଷକରେ ପହଞ୍ଚାଇବାକୁ ଶପଥ ନେବାକୁ ଦଳର ପର୍ଯ୍ୟବେକ୍ଷକ ଶ୍ରୀ ଲେଙ୍କା ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦଳର କର୍ମକର୍ତ୍ତା ମାନଙ୍କ ଆଗ୍ରହ ଓ ଉତ୍କଣ୍ଠା ଜିଲ୍ଲାରେ ବିଜେଡ଼ିର ସଫଳତା ବୋଲି ସେ ପ୍ରକାଶ କରିଥଲେ।

ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଜେଡ଼ି କର୍ମୀ ଓ ନେତା ମାନଙ୍କ ମନରେ ଉତ୍ସାହ ବଢାଇବା ସହିତ ପର୍ଯ୍ୟବେକ୍ଷକ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭଲପାଇବା ଅଛି। ସେଥିପାଇଁ ଜିଲ୍ଲାର ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ସେତିକି ଆଶୀର୍ବାଦ ଦେଇ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାଥିଙ୍କୁ ବିଜୟ କରିବା ପାଇଁ କର୍ମକର୍ତ୍ତା ମାନଙ୍କୁ ଲୋକ ମାନଙ୍କ ନିକଟରେ ପହଞ୍ଚିବାକୁ ଆହୁରି ପ୍ରୟାସ କରିବାକୁ ହେବ ବୋଲି କହିଛନ୍ତି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାନ୍ସଦା, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ବାରିପଦା ପୋୖରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲ୍ଲା ସଂଯୋଜକ ସୁନିଲ କୁମାର ଦାଶ, ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ବିଜୁ ଯୁବ ଜନତା ଦଳର ସଭାପତି ଅରୁଣ ବରାଡ଼, ବିଜୁ ଛାତ୍ର ଜନତା ଦଳର ସଭାପତି ସୁନିଲ କୁମାର ନାୟକଙ୍କ ସମେତ ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ବିଭିନ୍ନ ଗ୍ରାମ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଏବଂ ସଂଯୋଜକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.