ହେଟ ସ୍ପିଚ ମାମଲାରେ ଦୋଷମୁକ୍ତ ହେଲେ ଆଜମ ଖାଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୧୯ ହେଟସ୍ପିଚ ମାମଲାରେ ଦୋଷମୁକ୍ତ ହୋଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାଁ । ସେ ଏଥିନେଇ ଆଶ୍ୱସ୍ତ ପାଇଥିଲେ ମଧ୍ୟ ଆଉ ବିଧାୟକ ପଦ ଫେରିପାଇବେ ନାହିଁ । ରାମପୁର କୋର୍ଟ ଏହି ମାମଲାରେ ତାଙ୍କ ବିରୋଧରେ ୧୫୩ଏ, ୫୦୫ ଓ ୧୯୫୧ ଜନ ପ୍ରତିନିଧି ଆଇନର ଧାରା ୧୨୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲଦଣ୍ଡ ଦେଇଥିଲା । ଏହା ପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇ ଯାଇଥିଲା ।

ଆଜମ ଏହା ବିରୋଧରେ ଏମପି/ଏମଏଲଏ କୋର୍ଟରେ ଆବେଦନ କରିଥିଲେ । ଏବେ ସ୍ୱତନ୍ତ୍ର କୋର୍ଟ ଏହାର ଶୁଣାଣୀ କରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Leave A Reply

Your email address will not be published.