୨୦୨୩ ପାଇଁ ଘୋଷଣା ହେଲା ବାଲ୍ ସାହିତ୍ୟ ପୁରସ୍କାର, ଜାଣନ୍ତୁ କିଏ ପାଇବେ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୩ ବର୍ଷ ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ ‘ଜେଜେଙ୍କ ଗପ ଗଣ୍ଠିଲି'(କ୍ଷୁଦ୍ର ଗଳ୍ପ)କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ଏହି ପୁସ୍ତକକୁ ଯୁଗଳ କିଶୋର ଷଡ଼ଙ୍ଗୀ ଲେଖିଥିବାବେଳେ ତାଙ୍କୁ ପୁରସ୍କାର ଭାବେ ଏକ ତାମ୍ରଫଳକ ସାଙ୍ଗକୁ ୫୦ ହଜାର ଟଙ୍କାର ଅର୍ଥରାଶି ମିଳିବ।

ଉଲ୍ଲେଖ ଥାଉ କି ଚଳିତବର୍ଷ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଅସମୀୟା, ଇଂରାଜୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମୈଥିଳି, ମାଲାୟାଲାମ, ମରାଠୀ, ନେପାଳୀ, ପଂଜାବୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ଡୋଗ୍ରୀ ଭଳି ଭାଷାରେ ଲିଖିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି।

ଲଗାତାର ୫ ବର୍ଷର ବାଳ ସାହିତ୍ୟ ପୁରସ୍କାର ବାବଦରେ କହିବାକୁ ଗଲେ ୨୦୨୨ରେ ନରେନ୍ଦ୍ର ପ୍ରସାଦ ଦାସ, ୨୦୨୧ରେ ଦିଗରାଜ ବ୍ରହ୍ମା, ୨୦୨୦ରେ ରାମଚନ୍ଦ୍ର ନାୟକ, ୨୦୧୯ରେ ବୀରେନ୍ଦ୍ର କୁମାର ସାମନ୍ତରାୟ, ୨୦୧୮ରେ ବୀରେନ୍ଦ୍ର ମହାନ୍ତି ପ୍ରମୁଖଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିଥିଲା ।

Leave A Reply

Your email address will not be published.