ସ୍ବାଧିନତା ସଂଗ୍ରାମୀ ବାବା ତିଲକା ମାଝିଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ବାଧିନତା ସଂଗ୍ରାମୀ ବାବା ତିଲକା ମାଝିଙ୍କ ଜନ୍ମ ଜୟନ୍ତୀ ପାଳିତ | ଅଖିଳ ଭାରତୀୟ ଅନୁସୂଚିତ ଜାତି ଜନଜାତି ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ ” ମୟୁରଭଞ୍ଜ ଶାଖା ଜିଲ୍ଲା ରାଇରଙ୍ଗପୁର ସୌଜନ୍ୟରେ ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମୀ ବାବା ତିଲକା ମାଝିଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି ।

ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ବାବା ତିଲକା ମାଝିଙ୍କ ଫୋଟୋଚିତ୍ର ରେ ଦୀପ ଧୁପ-ଦୀପ ପ୍ରଜ୍ବଳନ ପରେ ତାଙ୍କ ଅମର ଆତ୍ମା ପାଇଁ ଏକ ମିନିଟର ଏକ ନିରବ ପ୍ରାର୍ଥନା ପରେ “ବୀର ସହୀଦ ତିଲକା ମାଝି ଅମର ରହେ” ସ୍ଲୋଗାନ ସହିତ ସଭା ଆରମ୍ଭହୋଇଥିଲା। ମୁଖ୍ଯ ଅତିଥି ଭାବେ ବିଜୟ କୁମାର ରାମ ଯୋଗ ଦେଇ ତିଲକା ମାଝିଙ୍କ ସାହସିକତାର ଗାଥା ପ୍ରସ୍ତୁତ କରିଥିଲେ। ମୁଖ୍ଯ ବକ୍ତା ମୋଚିରାମ ମାଝୀ ବାବା ତିଲକା ମାଝିଙ୍କ ଇତିହାସ ଆଲୋକପାତ କରିଥିଲେ।

ରବିନ୍ଦ୍ର ମୁଖି, ବାଜଲ ମୁର୍ମୁ,ଜଗତ ଚନ୍ଦ୍ର ମାଝି, ଡାକ୍ତର ସାଗରାମ ଟୁଡୁ, ବିଭୁତିଭୁଷଣ ପାତ୍ର, ମୋଅତ୍ତର ହୁସେନ,ରାଜେଶ କୁମାର ରାମ,ହେମା ମାଝି,ସଂତୋସୀ ରାମ, ମନୋରଞ୍ଜନ ହାଁସଦା,ସହିତ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ରହି ଆୟୋଜନ ରେ ସହଯୋଗ କରିଥିଲେ। କାର୍ମି ହାଁସଦା, ଅପର୍ଣାଶ୍ରୀ ମଣ୍ଡଳ,ଶ୍ୟାମ ମଣ୍ଡଳ, ଅମିତ ଗୋପାଳ ଉପସ୍ଥିତ ଥିଲେ। ଜିଲ୍ଲା ଉପସଭାପତି ଗୋପାଳ କୃଷ୍ଣ ମହାନ୍ତି ତାଙ୍କର ବକ୍ତବ୍ଯ ପ୍ରଦାନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.