ଦୀପକ ମେମୋରିଆଲ ୨୫ତମ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହୁଲଡିହା ପଡିଆରେ ୨୫ତମ ଦୀପକ ମେମୋରିଆଲ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବିଳାସପୁର ଓ ରାଉରକେଲା ମଧ୍ୟରେ ହୋଇଥିଲା । ରାଉରକେଲା ଦଳ ପ୍ରଥମେ ବେଟିଂ କରି ୩୦ ଓଭରରେ ୯ ୱିକେଟ ହରାଇ ୨୩୫ ରନ କରିଥିବା ବେଳେ ବିଳାସପୁର ଦଳ ୨୩.୪ ଓଭରରେ ସମସ୍ତ ୱକେଟ ହରାଇ ୧୫୦ ରନ କରି ପରାସ୍ତ ହୋଇଥିଲା ।

ରାଉରକେଲା ଦଳ ଚମ୍ପିୟାନ ହୋଇଥିବା ବେଳେ ବିଳାସପୁର ଦଳ ରନର୍ସଅପ୍ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମରୋଡା ବିଧାୟକ ରାଜକିଶୋର ଦାସ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୋୖରାଧକ୍ଷ ଅଭିଷେକ ପଟ୍ଟନାୟକ,ଏସଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ସମାଜସେବୀ ସଚିନ୍ ଅଗ୍ରୱାଲା ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରଥମ ପୁରସ୍କାର ରାଉରକେଲା ଦଳକୁ ୫୦ ହଜାର ଟଙ୍କା ସହିତ ଟ୍ରଫି ଓ ବିଳାସପୁର ଦଳକୁ ୪୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରଯାଇଥିଲା। ଏହି ଅବସରରେ ସର୍ଗତଃ ଦୀପକ କୁମାର ଏବଂ କରୋନାରେ ମୃତ୍ୟୁ ଘଟିଥିବା କମିଟିର ସଦସ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା ।

ଉକ୍ତ ଟୁର୍ଣ୍ଣାମେଣ୍ଟକୁ କମିଟିର ସଭାପତି ନବଚରଣ ମାଝୀ, ଉପସଭାପତି ବିଦାର ମାଝୀ, ସଂପାଦକ ଅମର ପ୍ରଧାନ ଦେଓହେମ୍ବ୍ରମ, ସ୍ପୋଟସ୍ ସଂପାଦକ ପଞ୍ଚୁ ଲୋହାର, ମିଡିଆ ପ୍ରଭାରୀ ସିଦ୍ଧାର୍ଥ ପାଲ୍, କିଶୋର କୁମାର ରଜକ, ଉପଦେଷ୍ଟା ପ୍ରଦୀପ କୁମାର ରାଉତ, ସଂଜୀବ ସିଂ, ପ୍ରଶାନ୍ତ ପରୀକ୍ଷା, ଖେଳ ପରିଚାଳନା ଭାବେ ଶ୍ୟାମ ସୁନ୍ଦର ଜ୍ୟୋତିଷି, ଶିଶିର ପଣ୍ଡା, ବିଶ୍ବରଂଜନ ପାଲ୍, ଅଭିମନ୍ୟୁ ନାଏକ, ନିହାର ଦାସ୍, ବୁବୁନ ମହାନ୍ତ, ଶ୍ୟାମ ପଟ୍ଟନାୟକ,ବାବି ମହାନ୍ତ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନରେ ସହଯୋଗ କରିଥିଲେ । ମ୍ୟାନ ଅଫ ଦି ସିରିଜ ଭାବେ ବିଳାସପୁର ଦଳର ଆଲଟାମାସ୍ ଖାନ୍ ଓ ମ୍ୟାନ ଅଫ ଦି ମ୍ୟାଚ ଭାବେ ରାଉରକେଲା ଦଳର ସୋମିତ୍ ଶର୍ମାଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.