ଜୟ ଶ୍ରୀରାମ ନାରାରେ କମ୍ପିଲା ସଭାସ୍ଥଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଧାୟକ ଓ ତାଙ୍କ ପତ୍ନୀ ଙ୍କ ମହୋତ୍ସବ ଟାଇଟଲ ଗୀତ ଗାଇ ଥିବା ବେଳେ ବାସୁଦେବପୁର ମହୋତ୍ସବର ଶେଷ ଦିବସରେ ବିଜେପି କାଉନସିଲରଙ୍କ ଜୟ ଶ୍ରୀରାମ ନାରାରେ କମ୍ପିଲା ସଭାସ୍ଥଳ।

ଉପସ୍ଥିତ ଦର୍ଶକ ବି କହିଲେ ଜୟ ଶ୍ରୀ ରାମ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ପକ୍ଷରୁ ୪ଦିନ ଧରି ସ୍ଥାନୀୟ ଯାଦବ ପଡିଆରେ ପାଳିତ ହେଉଥିବା ବାସୁଦେବପୁର ମହୋତ୍ସବରେ ଶେଷ ତଥା ଅନ୍ତିମ ଦିନରେ ଯୋଗ ଦେଇଥିଲେ ମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବିଷ୍ଣୁ ବ୍ରତ ରାଉତ ରାୟ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ,। ଏହି ଅବସରରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଓ ଅଧିକାରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଥିଲେ।

ଏହି ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା। ବିଜେପି କାଉନସିଲରଙ୍କ ଜୟ ଶ୍ରୀ ରାମ ନାରା ରେ ସଭା ପ୍ରମ୍ପକିଟ ହୋଇ ଥିବା ବେଳେ ବିଧାୟକ ବିଷ୍ଣୁ ବ୍ରତ ଓ ତାଙ୍କ ପତ୍ନୀ ଙ୍କ ମହୋତ୍ସବ ର ଟାଇଟଲ ଗୀତ ଗୀତ ଗାଇ ସରଗରମ ହୋଇ ଯାଇଥିଲା। ପରେ କଣ୍ଠ ଶିଳ୍ପୀ ମଣ୍ଟୁ ଛୁରିଆ ଙ୍କ ଗୀତ ରେ ଦର୍ଶକ ମସଗୁଲ୍ ହୋଇ ଯାଇଥିଲେ।

Leave A Reply

Your email address will not be published.