ବିଜେପି ଫୋକସରେ ଓଡ଼ିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେପି ଫୋକସରେ ଓଡ଼ିଶା । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଥିବା ବେଳେ ବିଜେପି ଆରମ୍ଭ କରିଦେଇଛି ନିର୍ବାଚନୀ ପ୍ରସ୍ତୁତି । ଆଜି  ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇବା ଆରମ୍ଭ କରିଦେଲେଣି ।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦଳର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ସମୀକ୍ଷା କରିବେ।ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ଅନେକ ଟାଣୁଆ ନେତା ଉପସ୍ଥିତ ରହିଛନ୍ତି । ନିର୍ବାଚନ ପ୍ରଭାରୀ ଦାୟିତ୍ଵ ନେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି । ଏହି ବୈଠକରେ ଆଗାମୀ ନିର୍ବାଚନ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ ଦଳ । ବୈଠକରେ ୨୪ ନିର୍ବାଚନ ନେଇ ରଣନୀତି ଓ ସଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ । ଆଉ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ମଧ୍ୟ ଆଲୋଚନା କରାଯିବ ।

ଏହାପରେ ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଓଡ଼ିଶା ଆସିବେ। ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ। ଗଡ଼କରୀଙ୍କ ପରେ ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ମାସ ଶେଷ ବେଳକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

Leave A Reply

Your email address will not be published.