ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତାର ଆୟୋଜନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତାର ଆୟୋଜନ | ଅଖିଳ ଭାରତୀୟ ଅନୁସୂଚିତ ଜାତି ଜନଜାତି ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ ” ମୟୁରଭଞ୍ଜ ଶାଖା ଜିଲ୍ଲା ରାଇରଙ୍ଗପୁର ସୌଜନ୍ୟରେ ଆମ୍ବେଦକର ଜୟନ୍ତୀ 2024 ଉପଲକ୍ଷେ ମୟୁରଭଞ୍ଜ ର ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇ ଯାଇଛି।

ଶତାଧିକ ଛାତ୍ର ଛାତ୍ରୀଙ୍କ ଦ୍ବାରା ଆମ୍ବେଦକରଙ୍କ ଚିତ୍ର ଅଙ୍କନ ଏବଂ ଆମ୍ବେଦକରଙ୍କ ଉପରେ କବିତା ରଚନା ପ୍ରତିଯୋଗିତାର ଆୟୋଜନ ହୋଇ ଥିଲା। ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ହେମ୍ଭ୍ରମଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗି ମାନେ ଉତ୍ସାହର ସହିତ ଆମ୍ବେଦକରଙ୍କ ଫୋଟୋଚିତ୍ର ଓ କବିତା ରଚନା କରିଥିଲେ। ବିଜୟ କୁମାର ରାମ,ମୋଚିରାମ ମାଝୀ,ରବିନ୍ଦ୍ର ମୁଖି, ବାଜଲ ମୁର୍ମୁ,ଜଗତ ଚନ୍ଦ୍ର ମାଝି, ଡାକ୍ତର ସାଗରାମ ଟୁଡୁ,ବିଭୁତିଭୁଷଣ ପାତ୍ର, ମୋଅତ୍ତର ହୁସେନ,ରାଜେଶ କୁମାର ରାମ,ହେମା ମାଝି,ସଂତୋସୀ ରାମ, ମନୋରଞ୍ଜନ ହାଁସଦା,ସହିତ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ରହି ଆୟୋଜନ ରେ ସହଯୋଗ କରିଥିଲେ।

ଅନେକ ଅଭିଭାବକ ଉ ଗାଇଡ ଟିଚର୍ସ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ହାକୁ ସାଫଲ୍ଯମଣ୍ଡିତ କରିଥିଲେ। ମହାନ୍ତ ବବିତା କୟିଲିୟାର, ମହାନ୍ତ ସୀମା କୟିଲିୟାର, ରାଇମତ ହେମ୍ଭ୍ରମ, ମନିଷା ହେମ୍ଭ୍ରମ, ଦୁଷ୍ମନ୍ତ କୁମାର ମହାନ୍ତ, ଡାକ୍ତର ମାଝି ,କାର୍ମି ହାଁସଦା, ଅପର୍ଣାଶ୍ରୀ ମଣ୍ଡଳ,ଶ୍ୟାମ ମଣ୍ଡଳ, ଅମିତ ଗୋପାଳ ଉପସ୍ଥିତ ଥିଲେ। ଜିଲ୍ଲା ଉପସଭାପତି ଗୋପାଳ କୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.