ବଦ୍ରୀ ନେତୃତ୍ୱରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀର ପଣ୍ଡୁଆ ପଞ୍ଚାୟତର ପଣ୍ଡୁଆ ଗ୍ରାମର ବିଜୁଜନତା ଦଳ ପକ୍ଷରୁ ପଣ୍ଡୁଆ ଗ୍ରାମର ୫୦ ରୁ ଉର୍ଦ୍ଧ ବରିଷ୍ଠ କଂଗ୍ରେସ କର୍ମୀମାନେ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡି ରେ ସାମିଲ ହୋଇଛନ୍ତି।

ବରିଷ୍ଟ ବିଜେଡ଼ି ନେତା ବିଜୟ କୁମାର ଜେନା, ସୁନିଲ ଜେନାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଆଜିର ଏହି ମିଶ୍ରଣ ପର୍ବରେ ଅତିଥି ଭାବେ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର , ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଧାର, କେଶିଶି ବ୍ୟାଙ୍କର ସଭାପତି କାନନ ବିହାରୀ ପହି, କେଡିଟିଓ ସେକ୍ରେଟେରୀ ସୂର୍ଯ୍ୟନାରାୟଣ କର, ପଣ୍ଡୁଆ ପଂଚାୟତର ପୂର୍ବତନ ସରପଂଚ ଭୂପତି ରାଉତ, ରାମଚନ୍ଦ୍ରପୁର ସରପଞ୍ଚ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, ସାଇଁକୁଳ ପଂଚାୟତର ପୂର୍ବତନ ସରପଂଚ ବିଭ୍ରାସ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ।

ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ, ଦଳରେ ମିଶ୍ରଣ ହୋଇଥିଲେ। କର୍ମୀ ମାନଙ୍କ କହିବା ମୁତାବକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ଵ କୁ ଭରଷା କରି ଏବଂ ଅନୁପ୍ରାଣିତ ହୋଇ ଦଳରେ ଚିତ୍ତରଞ୍ଜନ ଚକ୍ର, ଜଗତ ରଞ୍ଜନ ଚକ୍ର, ଅକ୍ଷୟ ଦାସ,ପୂର୍ଣଚନ୍ଦ୍ର ଦାସ, ପ୍ରାଣ ବନ୍ଧୁ ଜେନା, ଅଭୟ ଚକ୍ର, ଦୀପକ ଜେନା, ଇନ୍ଦୁଭୂଷଣ ଚକ୍ର, ଗଜେନ୍ଦ୍ର ଚକ୍ର, ମଜୁର ଜେନା, ବ୍ରହ୍ମରବର୍ ଜେନାଙ୍କ ସହ ୫୦ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ।

Leave A Reply

Your email address will not be published.