ଶୈଲଙ୍ଗ ନିକଟରେ ଓ ହସନପୁର ଟୋଲଗେଟ ନିକଟରେ କଡାକଡି ଗାଡି ଚେକିଂ କରୁଛି ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶୈଲଙ୍ଗ ନିକଟରେ ଓ ହସନପୁର ଟୋଲଗେଟ ନିକଟରେ କଡାକଡି ଗାଡି ଚେକିଂ କରୁଛି ପୋଲିସ | କେନ୍ଦୁଝର ଜିଲ୍ଲାର ୨୦ନଂ ଜାତୀୟ ରାଜପଥର ଶୈଲଙ୍ଗ ନିକଟରେ ଓ ହସନପୁର ଟୋଲଗେଟ ନିକଟରେ କଡାକଡି ହୋଇଛି ଗାଡି ଚେକିଂ ।

ରାଜପଥରେ ଫ୍ଲାଇଙ୍ଗ ସ୍କାର୍ଡ ପକ୍ଷରୁ ଯାନ ବାହାନରେ ଅବୈଧ ସାମଗ୍ରୀ ପରିବହନକୁ କଡାକଡ଼ି ଭାବେ ଯାଞ୍ଚ କରାଯାଇଛି । ଦୁଇ ଚକିଆ ଓ ଚାରି ଚକିଆ ଯାନରେ ବନ୍ଧୁକ, ଚୋରା ବିଦେଶୀ ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ଚାଲାଣ ଉପରେ କଡା କଡ଼ି ଯାଞ୍ଚ କରାଯାଇଛି।

ଏହି ଫ୍ଲାଇଙ୍ଗ ସ୍କାର୍ଡ ଓ ଘସିପୁରା ପୁଲିସ ମିଳିତ ଭାବେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ରାସ୍ତା ଦେଇ ଯେପରି ଅବୈଧ ଜିନିଷ ଚାଲାଣ ନହେବ ଓ ଅସାମାଜିକ ବ୍ୟକ୍ତି ମାନେ ଏପରି ସାହସ ନକରିବେ ସେହି ଲକ୍ଷ୍ୟ ନେଇ ଯାଞ୍ଚ ପ୍ରକ୍ରିୟା ହେଉଥିବା ଜଣାପଡିଛି ।

Leave A Reply

Your email address will not be published.