କେନ୍ଦୁଝର ରାଜପଥ ଦୁରପଦା ଛକ ନିକଟରେ ଗତକାଲି ରାତିରେ ସିରିଜ୍ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଦୁରପଦା ଛକ ନିକଟରେ ଗତକାଲି ରାତିରେ ସିରିଜ୍ ଦୁର୍ଘଟଣା | କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଦୁରପଦା ଛକ ନିକଟରେ ଗତକାଲି ରାତିରେ ସିରିଜ୍ ଦୁର୍ଘଟଣା ଘଟିଛି।

ରାସ୍ତାପାର ହେଉଥିବା ବେଳେ ଯୁବକଙ୍କୁ ଧକ୍କା ଦେଇ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ହିନ୍ଦୋଳ ଥାନା ଅଞ୍ଚଳର ତାପସ ନାଏକ ଓ ଅନ୍ୟ ଜଣେ ରରୁଆଁ ଥାନା ଅଞ୍ଚଳର ଲାଲମୋହନ ବେହେରା। ଗତକାଲି ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ରାସ୍ତାପାର ହେଉଥିବା ଯୁବକଙ୍କୁ ଧକ୍କା ଦେଇଥିଲା।

ପରେ ଟ୍ରକଟି କିଛି ବାଟ ଯିବା ପରେ ଏକ ଦୋକାନ ପାଖରେ ଠିଆ ହୋଇଥିବା ଏକ ବାଇକ ଆରୋହୀଙ୍କ ଉପରେ ମାଡ଼ିଯାଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟ୍ରକ୍ ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ବାଇକ ସହ ଯୁବକଙ୍କୁ ୫୦ ମିଟର ଟାଣି ନେଇଥିଲା। ସେହି ସମୟରେ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୋକାନ ପାଖରେ ଠିଆ ହୋଇଥିବା ଅନ୍ୟ ଜଣେ ଯୁବକଙ୍କ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିଲେ।

Leave A Reply

Your email address will not be published.