ଆଜି ରାମନବମୀ; ସଜେଇ ହୋଇଛି ଅଯୋଧ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ପବିତ୍ର ରାମ ନବମୀ । ସବୁଠି ଶୁଭୁଛି ରାମ ନାମ ।  ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସନା, ତପସ୍ୟା, ସତ୍ୟ, ପ୍ରେମ ଏବଂ କର୍ତ୍ତବ୍ୟର ଉଦାହରଣ ଶ୍ରୀରାମ ।

ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବମୁଖର । ରାମ ନବମୀ ଲାଗି ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ। ସଜେଇ ହୋଇଛି ସାରା ଅଯୋଧ୍ୟା । ଭୋର୍ ସକାଳୁ ମନ୍ଦିରରେ ବାଲକ ରାମଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଜମୁଛି । ଆଜି ରାମନବମୀରେ ପ୍ରଥମ ଥର ଅଯୋଧ୍ୟାରେ ରାମଲାଲାଙ୍କ ଦିବ୍ୟ ଦର୍ଶନ ହେବ । ସୂର୍ଯ୍ୟତିଳକରେ ଅଭିଷିକ୍ତ ହେବେ ରାମଲାଲା ।

ମଧ୍ୟାହ୍ନ 12ଟାରେ 4 ମିନିଟ୍ ଯାଏ ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ ସମସ୍ତକୁ ସୁଶୋଭିତ କରିବ । ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ। ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ଏଥିସହ ରାମଲାଲାଙ୍କ ନିକଟରେ 56 ପ୍ରକାରର ଭୋଗ ଅର୍ପଣ କରାଯିବ । ଆଜି ମଧ୍ୟାହ୍ନ ସମୟରେ ରାମଲାଲାଙ୍କ ସୂର୍ଯ୍ୟତିଳକ ହେବ । ପ୍ରଭୁ ରାମଙ୍କ ମସ୍ତକରେ 4 ମିନିଟ ଧରି ଏହା ଶୋଭାବର୍ଦ୍ଧନ କରିବ । ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତମାନଙ୍କ ଦ୍ବାରା ପ୍ରସ୍ତୁତ ଭୋଗ ଆଜି ମଧ୍ୟାହ୍ନରେ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ ।

Leave A Reply

Your email address will not be published.