ବାହାକୁଦ ଫେରିଘାଟ ନିଲାମରେ ଭାଗ ନେଲେନି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ପଂଚାୟତ କାର୍ଯ୍ୟାଳୟରେ  ବାହାକୁଦ ଫେରିଘାଟ ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ତଦନୁଯାୟୀ ପଂଚାୟତର ସରପଞ୍ଚ ମିଲନ ଦେବନାଥ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂରଂଜନ ସାହୁ, ଗ୍ରାମପଞ୍ଚାୟତ ଅଧିକାରିଣୀ ଇତିଶ୍ରୀ ପଣ୍ଡା ଓ ପୋଲିସ ପ୍ରଶାସନ  ଆଦି ଜିପି କାର୍ଯ୍ୟାଳୟ ରେ ଉପସ୍ଥିତି ରହି ନିଲାମ କାର୍ଯ୍ୟ ଜାରି ରଖିଥିଲେ |

ଵିଜ୍ଞାପନ ସତ୍ତ୍ୱେ ନିଲାମ ପାଇ ଆସିଥିବା ହାତ ଗଣତି ଭାବେ  ଅଳ୍ପ କେତେଜଣ ବିଡ଼ର ଉପସ୍ଥିତ ଥିଲେ ବି ନିଲାମ ରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିନଥିଲେ | ଏନେଇ ଏକାଧିକ ବାର ଘୋଷଣା ପରେ ବି କେହି ବି ଅମାନତ  ଅର୍ଥ ରାଶି ଜମା କରିନଥିଲେ | ବରଂ  ଯେଉଁ କେତେଜଣ ବିଡ଼ର ଉପସ୍ଥିତ ଥିଲେ ଘାଟ ନିଲାମ ନେଲେ କ୍ଷତି ସହିବାକୁ ପଡୁଛି ବୋଲି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରି ଥିଲେ |

ଏପରିକି ଜଣେ ହେଲେବି ବିଡ଼ର ଅମାନତ ରାଶି ଜମା ନ କରିବାରୁ ନିଲାମ  ପରବର୍ତ୍ତୀ ଵିଜ୍ଞାପନ ଘୋଷଣା ପର୍ଯ୍ୟନ୍ତ ସ୍ଥଗୀତ ରହିଥିବାର ଜଣାପଡିଛି | ବ୍ଲକ ତଥା ଜିଲ୍ଲା ର ପ୍ରମୁଖ ଫେରିଘାଟ ନିଲାମ ନେଇ ପୂର୍ବ ବର୍ଷ ମାନଙ୍କରେ  ବିଡ଼ର ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଉଥିବା ବେଳେ ଚଳିତବର୍ଷ କେହିବି ଅମାନତ ରାଶି ପୈଠ ନକରିବା ପଛରେ  କାରଣ କଣ ନେଇ ସାଧାରଣ ରେ ସନ୍ଦେହ  ସୃଷ୍ଟି ହୋଇଛି |

Leave A Reply

Your email address will not be published.