ସାଧାରଣ ନିର୍ବାଚନ ପୂର୍ବରୁ ପୁଲିସ ଦ୍ଵାରା ବିପୁଳ ମଦ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରିପଦା ସହର ପୁଣି ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଦୁଇ ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ବେଲଗଡ଼ିଆ ଅଞ୍ଚଳର ଅଭିନନ୍ଦନ ସାହୁ(୨୭) ଓ ଲିଟୁନ ସାହୁ (୨୯)।

ସୂଚନା ଅନୁଯାୟୀ, ବାରିପଦା ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ଢାବା ଏବଂ ଫାଷ୍ଟଫୁଡ଼ ଦୋକାନ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାର ଅଭିଯୋଗ ହେଉଥିଲା। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ଥାନା ଅଧିକାରୀ ସୁମିତ କୁମାର ସରେନଙ୍କ ନେତୃତ୍ବରେ ବେଆଇନ ମଦ କାରବାରକୁ ରୋକ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।

ଯାହାକୁ ନେଇ ଚିପଟ ଅସ୍ତିଆ ଅଞ୍ଚଳରେ ସ୍ଥିତ ହୋଟେଲ ୱେଲକମରେ ଚଢ଼ାଉ କରି ଦେଶୀ ମଦ ୩୦୦ଲିଟରରୁ ଉର୍ଦ୍ଧ୍ବ ଓ ବିଦେଶୀ ମଦ ୧୦୦ଲିଟରରୁ ଉର୍ଦ୍ଧ୍ବ ମିଶାଇ ସମୁଦାୟ ୪୦୦ ଲିଟରରୁ ଉର୍ଦ୍ଧ୍ବ ମଦ ଜବତ ହୋଇଛି।ବେଆଇନ ମଦ କାରବାରକୁ ନେଇ ବାରିପଦା ଟାଉନ ଥାନାରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତେବେ ନିର୍ବାଚନ ପୂର୍ବରୁ ବେଆଇନ ମଦ କାରବାରକୁ ବାରିପଦା ସହରରେ ବେଆଇନ ମଦ କାରବାର ଜାରି ରହିଥିବା ବେଳେ ପୁଲିସ ଜବତ କରିବାରେ ସଫଳ ହେଉଛି।

Leave A Reply

Your email address will not be published.